କୋଭିଡ ପାଇଁ ସତର୍କତା ଅବଲମ୍ବନ କରାଯାଉଛି ସେମିତି ଓମିକ୍ରନ ଭାରିଆଣ୍ଟ ପାଇଁ ସତର୍କ ରହିବା ଆବଶ୍ୟକ । ଟେକନିକାଲ ଏବଂ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ । ଓମିକ୍ରନର ପ୍ରଭାବକୁ ଦେଖି ଆଜି ଏଭଳି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(‘ହୁ’) କହିବା ଅନୁସାରେ, ଯେଉଁମାନେ କରୋନା ଟିକା ନେଇ ନାହାନ୍ତି କିମ୍ବା ଗମ୍ଭୀର ଶାରୀରିକ ସମସ୍ୟା ଥିବା ଲୋକେ ଅଧିକ ସତର୍କ ରହିବା ଜରୁରୀ। ଏହାସହ ଶିଶୁମାନେ ମଧ୍ୟ ଓମିକ୍ରନ ଦ୍ବାରା ଅଧିକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ସେଥିପାଇଁ ସିଏଚସି ଏବଂ ପିଏଚସିରେ ପେଡିଆଟ୍ରିକ ମ୍ୟାନେଜମେଣ୍ଟ କରିବାକୁ ବ୍ୟବସ୍ଥା କରାଯାଇଛି । ଏଚଡିୟୁ ଏବଂ ଆଇସିୟୁ ବ୍ୟବସ୍ଥା କରାଯାଉଛି । ଶିଶୁମାନଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡ଼ଲାଇନ ଥିବା ସହ ସେଥିପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦିଆଯାଉଛି ବୋଲି କହିଛନ୍ତି ଡାକ୍ତର ବିଜୟ ମହାପାତ୍ର।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0