ପଞ୍ଜାବ କଂଗ୍ରେସରେ ଚାଲିଛି ହାଇ ଡ୍ରାମା | ପ୍ରଥମେ ଅମରିନ୍ଦର ଓ ଗତକାଲି ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା କଂଗ୍ରେସରେ ଘମାସାନ ଆରମ୍ଭ ହୋଇଯାଇଛି | ଇସ୍ତଫା ପରଠାରୁ ଦଳର ନେତୃତ୍ୱ ସିଦ୍ଧୁଙ୍କ ସହ ଏପର୍ଯ୍ୟନ୍ତ କଥାବାର୍ତ୍ତା କରିନାହାଁନ୍ତି । ସିଦ୍ଧୁଙ୍କ ନିଷ୍ପତ୍ତି ଉପରେ ନାଖୁସ ଅଛନ୍ତି କଂଗ୍ରେସ ହାଇକମାଣ୍ଡ । ସିଦ୍ଧୁଙ୍କ ସମ୍ପର୍କରେ ଦଳ କଠୋର ଆଭିମୁଖ୍ୟ ଗ୍ରହଣ କରିପାରେ । ଗତକାଲି ରାତିରେ ସିଦ୍ଧୁଙ୍କ ଘରେ ଏକ ବଡ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଚନ୍ନି ସରକାରଙ୍କ ବହୁ ମନ୍ତ୍ରୀ ଏବଂ ବିଧାୟକ ଯୋଗ ଦେଇଥିଲେ । ଏପର୍ଯ୍ୟନ୍ତ ସିଦ୍ଧୁଙ୍କୁ ସମର୍ଥନ କରି କ୍ୟାବିନେଟ ମନ୍ତ୍ରୀ ରଜିଆ ସୁଲତାନାଙ୍କ ସମେତ ୪ଜଣ ସରକାର ଏବଂ ସଂଗଠନରୁ ଇସ୍ତଫା ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଚନ୍ନୀ ଡାକିଛନ୍ତି ଏମରଜେନ୍ସି ବୈଠକ । ବୈଠକରେ ସିଦ୍ଧୁଙ୍କୁ ମନାଇବାକୁ ପ୍ରୟାସ କରାଯିବ | ଆଜିର ବୈଠକରେ ଯେଉଁମାନେ ନ ଆସିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି ହୋଇଛି । ଚଣ୍ଡୀଗଡ଼ରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ଚାଲିଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0