କରୋନା ମହାମାରୀ କବଳରେ ସାରା ବିଶ୍ୱ | କେତେ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି ତାହା ଆକଳନ ମଧ୍ୟ କରି ହେବ ନାହିଁ | କିନ୍ତୁ ବର୍ତ୍ତମାନ ଏଭଳି ଏକ ଖବର ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ | ଦେଶର ରାଜଧାନୀ ଦିଲୀସ୍ଥିତ ମ୍ୟାକ୍ସ ହସ୍ପିଟାଲ ଜଣେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧.୮ କୋଟି ଟଙ୍କାର ବିଲ ଦେବା ଘଟଣାକୁ ନେଇ ବିବାଦ ଦେଖା ଦେଇଛି। ଏହି ବିବାଦ ପରେ ମ୍ୟାକ୍ସ ହସ୍ପିଟାଲ ସଫେଇ ଦେଇଛି। ମ୍ୟାକ୍ସ ହସ୍ପିଟାଲ କହିଛି, ରୋଗୀଙ୍କୁ ଏପ୍ରିଲ ୨୮ ତାରିଖରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏଥିସହିତ ରୋଗୀଙ୍କୁ ନିମୋନିଆ ବି ହୋଇଥିଲା। ସେଥିପାଇଁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବହୁତ ଖରାପ ରହିଥିଲା। ତାଙ୍କୁ ୨୫ଦିନ ପର୍ଯ୍ୟନ୍ତ ଇକମୋ ମ୍ୟାସିନରେ ରଖାଯାଇଥିଲା। ଜୁଲାଇ ୨୩ ତାରିଖରେ ମ୍ୟାସିନ ରୋଗୀଙ୍କ ଠାରୁ ବାହାର କରାଯାଇଥିଲା। ହିସମୟରେ ରୋଗୀଙ୍କ ପରିବାରଲୋକଙ୍କୁ ଡାକ୍ତରଖାନା ପକ୍ଷରୁ ୧କୋଟି ୬୦ଲକ୍ଷ ଟଙ୍କାର ବିଲ ଧରା ଯାଇଥିଲା | ଏତେଗୁଡାଏ ଟଙ୍କାର ବିଲ ପାଇବା ପରେ ବିଚଳିତ ହୋଇପଡ଼ିଥିଲେ ରୋଗୀଙ୍କ ପରିବାର ଲୋକେ | ସୂଚନାଯୋଗ୍ୟ ଯେ ରୋଗୀ ଡିସଚାର୍ଜ ହେବାପରେ ରୋଗୀ ଓ ତାଙ୍କ ପରିବାର ଚିକିତ୍ସାକୁ ନେଇ ସନ୍ତୁଷ୍ଟ ଥିଲେ। ଏଥିସହିତ ଚିକିତ୍ସା ଖର୍ଚ୍ଚକୁ ନେଇ ତାଙ୍କୁ ବାରମ୍ବାର ସୂଚନା ବି ଦିଆଯାଉଥିଲା।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0