ମୁମ୍ବାଇ : ନିଜ ବାଜିରାଓଙ୍କୁ ଛାଡି ସାଉଥ ସୁପରଷ୍ଟାରଙ୍କ ପାଇଁ ପାଗଳ ବଲିଉଡର ମସ୍ତାନୀ ଗାର୍ଲ ଦୀପିକା । ସ୍ୱାମୀ ରଣବୀର ସିଂହଙ୍କୁ ଛାଡି ଏବେ ଜୁନିଅର ଏନଟିଆରଙ୍କ ପାଇଁ ପ୍ରେମରେ ପଡିଛନ୍ତି ଦୀପିକା ପାଦୁକୋନ। ସମସ୍ତଙ୍କ ସାମ୍ନାରେ ସେ ଜୁନିଅର ଏନଟିଆରଙ୍କୁ ନେଇ ଏଭଳି ଖୁଲାସା କରିଛନ୍ତି। ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଛି ସାଉଥ ସୁପରଷ୍ଟାରଙ୍କ ଜଲୱା। ବକ୍ସ ଅଫିସରେ ରେକର୍ଡ ସହ ଭଲ କଲେକ୍ସନ କରୁଛି ସାଉଥ ଫିଲ୍ମ। କେବଳ ବକ୍ସ ଅଫିସ ନୁହେଁ ଓଟିଟିରେ ମଧ୍ୟ ସାଉଥ ଅଭିନେତାଙ୍କ ଚାଲିଛି ଜାଦୁ। ବର୍ତ୍ତମାନ ବଲିଉଡର ହିରୋଇନମାନେ ମଧ୍ୟ ତାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆଲିଆ ଭଟ୍ଟଙ୍କ ପରେ ଏବେ ଦୀପିକା ଏହି ତାଲିକାରେ ଅଛନ୍ତି। ଦୀପିକା ଏବେ ସାଉଥ ଫିଲ୍ମର ସୁପରଷ୍ଟାର ଜୁନିଅର ଏନଟିଆରଙ୍କୁ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦୀପିକା ତାଙ୍କ ଅପକମିଂ ଫିଲ୍ମ ‘ଗହରାଇୟାଁ’ର ପ୍ରମୋସନ ବେଳେ ଜୁନିଅର ଏନଟିଆରଙ୍କୁ ନେଇ ଏହି କଥା କହିଛନ୍ତି। ସେ କେଉଁ ଅଭିନେତାଙ୍କ ସହ କାମ କରିବା ପାଇଁ ପସନ୍ଦ କରିବେ ବୋଲି ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ ଦୀପିକା, ଜୁନିଅର ଏନଟିଆରଙ୍କ ନାଁ ନେଇଥିଲେ। ଏନଟିଆରଙ୍କ ବ୍ୟକ୍ତିତ୍ୱ ତାଙ୍କୁ ଖୁବ ଆକର୍ଷିତ କରେ। ସେ ତାଙ୍କ ସହ କାମ କରିବାକୁ ଏକ ପ୍ରକାରର ପାଗଳ ଥିବା ନେଇ କହିଥିଲେ। କେବଳ ସେତିକି ନୁହେଁ ସେ ‘ପୁଷ୍ପା’ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସହ ମଧ୍ୟ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0