ଯାଜପୁରରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ଆଜି ସନ୍ଧ୍ୟାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯାଜପୁର ଜିଲ୍ଲାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୨୮ ଜିଲ୍ଲାରେ ଗତକାଲି ଯାଏଁ ସ୍ମାର୍ଟ କାର୍ଡ କାର୍ଯ୍ୟକ୍ଷମ ହୋଇଥିଲା। ଏହି ଯୋଜନା ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରୁ ଗତ ଅଗଷ୍ଟ ୨୦ ତାରିଖରେ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ରାପଡ଼ାବାସୀଙ୍କୁ ଦେଇଛନ୍ତି। ୨୨୦.୭୧ କୋଟି ଟଙ୍କାରେ ନିର୍ମିତ ୫୪ଟି ପ୍ରକଳ୍ପର ଉଦ୍ଘାଟନ ହୋଇଛି। ୫୮.୧୪ କୋଟି ଟଙ୍କା ଶକ୍ତି କ୍ଷେତ୍ରରେ ଖର୍ଚ୍ଚ ହୋଇଛି। ମୁଖ୍ୟମନ୍ତ୍ରୀ ୧୩୬୦.୬୦ କୋଟି ଟଙ୍କା ବ୍ୟୟରେ ୧୦୬ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଯାଜପୁର ଓ କେନ୍ଦ୍ରାପଡ଼ାବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0