ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ସ୍ଥାନୀୟ ସଦଭାବନା ସଭାଗୃହରେ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି ଏବଂ ଉପ ଜିଲ୍ଲାପାଳ ଶ୍ରୀଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା ଏବଂ ଦୁର୍ନୀତି ନିବାରଣ ଶାଖା ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିଶିର କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚଳିତବର୍ଷର ବିଷୟ ବସ୍ତୁ \”ସ୍ବତନ୍ତ୍ର ଭାରତ ଅ ୭୫: ସତ୍ୟନିଷ୍ଠା ରୁ ଆତ୍ମନିର୍ଭରତା\” ଶୀର୍ଷକ ଉପରେ ଆଲୋଚନା କରିଥିଲେ । ସ୍ବାଧିନତାର ୭୫ ବର୍ଷ ମଧ୍ୟରେ ଭାରତ ଆଜି ବହୁକ୍ଷେତ୍ରରେ ପ୍ରଗତି ହାସଲ କରିପାରିଛି । ଉନ୍ନତିର ସର୍ବ ସଫଳତା ପ୍ରକୃତ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ବଚ୍ଛତା ଓ ସାଧୁତା ପ୍ରତ୍ୟେକ କ୍ଷେତ୍ରରେ ବଜାୟ ରଖିବା ପାଇଁ ସର୍ବୋକୃଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଉଛି । ସଚ୍ଚୋଟତା ଛାତ୍ର ଜୀବନରୁ ପାଳନ କରାଗଲେ ରାଷ୍ଟ୍ରର ସର୍ବ ମଙ୍ଗଳ ସାଧନ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆୟୋଜିତ ସାଧାରଣଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0