ଉତ୍ତର କୋରିଆରେ ଏବେ ଦେଖାଦେଇଛି ଖାଦ୍ୟ ସଙ୍କଟ । ଯାହାକି ଦିନକୁ ଦିନକୁ ଭୟଙ୍କର ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତରକୋରିଆର ତାନାଶାହା ଶାସକ କିମ-ଜଙ୍ଗ-ଉନ୍ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ଦେଶରେ ବଞ୍ଚିବାକୁ ହେଲେ କମ୍ ଖାଇବାକୁ ପଡିବ ବୋଲି କିମ ଜଙ୍ଗ ଉନ୍ କହିଛନ୍ତି । ଉତ୍ତରକୋରିଆରେ ଦେଖା ଦେଉଥିବା ଏବେକାର ସଙ୍କକୁ ୧୯୯୦ରେ ଦେଶ ସାମ୍ନା କରିଥିବା ପ୍ରାକୃତିକ ଦୁର୍ବିପାକ ସହିତ ଯୋଡାଯାଉଛି । ସୋଭିୟତ ସଂଘର ପତନ ପରେ ଏଭଳି ପ୍ରାକୃତିକ ବିପଦ ଦେଖାଦେଇଥିଲା । ଉତ୍ତରକୋରିଆରେ ଖାଦ୍ୟ ଅଭାବରୁ ସେହି ସମୟରେ ପ୍ରାୟ ୩୦ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୨୦୨୫ ପର୍ଯ୍ୟନ୍ତ ଦେଶରେ ଏପରି ଖାଦ୍ୟ ସଙ୍କଟ ଦେଖାଦେବ । ତେଣୁ ଦେଶରେ ଯିଏ ବଞ୍ଚିବାକୁ ଅଛି, ତାକୁ କମ୍ ଖାଇବାକୁ ପଡିବ । ଦେଶରେ ଗତ କିଛି ଦିନ ହେଲା ଏପରି ଖାଦ୍ୟ ସଙ୍କଟ ଦେଖାଦେଇଛି । ଏଠାରେ ରହୁଥିବା ଲୋକଙ୍କ ପାଇଁ ଆବଶ୍ୟକ ଅନୁସାରେ କମ୍ ଖାଦ୍ୟ-ପାଣିର ଯୋଗାଣ ହେଉଛି । ଏପିରିକି ଖାଦ୍ୟ ଓ ପାଣିର ଦାମ୍ ମଧ୍ୟ ଆବଶ୍ୟକ ଠାରୁ ଢେର୍ ଅଧିକ ରହିଛି । ଏଥିପାଇଁ ଖାଦ୍ୟ ଆମଦାନୀକୁ ଦାୟୀ କରିଛନ୍ତି କିମ୍ । ଦେଶରେ ଖାଦ୍ୟ ଉତ୍ପାଦନ ଆପୃତି ଯୋଜନା ବିଫଳ ରହିଛି । ସେହିପରି ଉତ୍ତର କୋରିଆରେ ଲାଗିଥିବା ପ୍ରତିବନ୍ଧ, କରୋନା ମହାମାରୀ, ଗତବର୍ଷର ଝଡ଼ ତୋଫାନ ଲାଗି ଦେଶରେ ଖାଦ୍ୟ ସାମଗ୍ରୀ ଉପରେ ପ୍ରଭାବ ପକାଇଛି । କିମ୍ ଜଙ୍ଗ ଉନ୍ କିଛି ଦିନ ତଳେ ପ୍ରବଳ ବର୍ଷା ଲାଗି ପ୍ରଭାବିତ ହୋଇଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ସେନାକୁ ନିୟୋଜିତ କରିଛନ୍ତି । ଦେଶ ଏବେ ଖରାପ ସ୍ଥିତି ଦେଇ ଗତି କରୁଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0