spot_img

କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ: ନିରଞ୍ଜନ ପଟ୍ଟନାୟକ

ନିଜ ଇସ୍ତଫା ନେଇ ବହୁ ଦିନ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ପିପିଲିରେ କଂଗ୍ରେସ ପ୍ରାର୍ଥୀ ହାରିବା ପରେ କଂଗ୍ରେସ ଭବନରେ ପ୍ରତିବାଦ ହୋଇଥିଲା। ଏନେଇ ପିସିସି ସଭାପତି ଏଆଇସିସିକୁ ଇସ୍ତଫା ପତ୍ର ଦେଇଥିବା ଚର୍ଚ୍ଚା ହୋଇଥିଲା। ସେ କହିଛନ୍ତି, ବିଜେଡି ଦଳ ଭଳି ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ। ମୁଁ ପଦରେ ରହିବି ନା ନାହିଁ, ଏହା ମୋ ପାର୍ଟିର ଅଭ୍ୟନ୍ତରୀଣ କଥା। ମୁଁ ହାଇକମାଣ୍ଡଙ୍କୁ ପିପିଲି ଉପନିର୍ବାଚନ ଫଳ ଆସିବା ପୂର୍ବରୁ ଚିଠି ଲେଖିଛି। କିନ୍ତୁ ଚିଠିରେ କଣ ଲେଖିଛି ସେକଥା ଗଣମାଧ୍ୟମକୁ କହିବି ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ଏଆଇସିସି କିଛି ନିଷ୍ପତ୍ତି ନ ନେଲା ଯାଏଁ ମୁଁ ସଭାପତି ପଦରେ ରହି କାମ କରିବି। ଯେଉଁ ପର୍ଯ୍ୟନ୍ତ ସଭାପତି ଅଛି, ସେଯାଏଁ ନେତୃତ୍ୱ ନେଉଥିବି। ବହୁ ଦିନ ହେବ ସଭାପତି ରହିଲିଣି। ପରିବର୍ତ୍ତନ ହେଇପାରେ। ସଭାପତି ହେବା ପାଇଁ ମଧ୍ୟ ବହୁ ଯୋଗ୍ୟ ବ୍ୟକ୍ତି ଦଳରେ ଅଛନ୍ତି। ଏନେଇ ମତେ ଏଆଇସିସି ପଚାରିଲେ ସେନେଇ ମତାମତ ଦେବି। କର୍ମୀ ହତାଶ ହେବାର କିଛି କାରଣ ନାହିଁ। ମୁଁ ସଭାପତି ଥିଲା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ ବୋଲି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟୋକ୍ତି କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular