ଜମ୍ମୁ କାଶ୍ମୀରରେ ପାଞ୍ଚ ଜଣ ଯବାନଙ୍କ ଶହୀଦ ହେବାର ପ୍ରତିଶୋଧ ନେଇଛି ସୁରକ୍ଷା ବାହିନୀ। ଆଜି ଏଠାରେ ଶୋପିଆନ୍ ଠାରେ ହୋଇଥିବା ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ସଫା କରିଛି। ଗତକାଲି ଅନନ୍ତନାଗ ଏବଂ ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଅନନ୍ତନାଗ ଜିଲ୍ଲାର ଭେରିନାଗ ଅଞ୍ଚଳରେ ଖାଗୁଣ୍ଡକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଶୋପିଆନ୍ ଏନକାଉଣ୍ଟରରେ ନିହତ ହୋଇଥିବା ତିନି ଜଣ ଆତଙ୍କବାଦୀ ଲଶ୍କର-ଏ-ତୋଇବା (ଲେଟି) ବୋଲି କାଶ୍ମୀର ଜୋନ୍ ପୋଲିସ କହିଛି। ବର୍ତ୍ତମାନ ଦୁଇଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଭଳି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି ବୋଲି ପୋଲିସ କହିଛି। ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0