ବିଶ୍ୱ ବ୍ୟାଙ୍କ ଅନୁସାରେ, ସାରା ବିଶ୍ୱରେ ବିଦେଶରୁ ସ୍ୱଦେଶକୁ ଟଙ୍କା ପଠାଇବାରେ ଭାରତ ସବୁଠାରୁ ଆଗରେ । ୨୦୨୧ରେ ଭାରତକୁ ବିଦେଶରୁ ୮୭ ଆରବ ଡଲାର ପଠାଯାଇଛି । ଯେଉଁଥିରେ ୨୦ ପ୍ରତିଶତରୁ ଅଧିକ ଟଙ୍କା ଆମେରିକାରୁ ପଠାଯାଇଛି । ୱାଶଂଟନ୍ ସ୍ଥିତ ବିଶ୍ୱବ୍ୟାଙ୍କ ବୁଧବାର ଏନେଇ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ଭାରତ ପରେ ଚୀନ୍, ମେକ୍ସିକୋ, ଫିଲିପାଇନ୍ସ ବିଦେଶରୁ ନିଜ ଦେଶକୁ ଟଙ୍କା ପଠାଇବାରେ ଆଗରେ ରହିଛନ୍ତି । ବିଶ୍ୱର ବିଭିନ୍ନ ଦେଶରୁ ଟଙ୍କା ପଠାଉଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଆଗରେ ରହିଛି । ଗତବର୍ଷ ଅପେକ୍ଷା ଏଥିରେ ଭାରତର ୪.୬ ପ୍ରତିଶତ ଅଭିବୃଦ୍ଧି ହୋଇ ୮୭ ବିଲିୟନ ଡ଼ଲାରରୁ ଉର୍ଦ୍ଧ୍ୱରେ ପହଞ୍ଚିବ ବୋଲି ଆଶା କରାଯାଉଛି । ୨୦୨୦ରେ ଭାରତରେ ୮୩ ବିଲିୟନ ଡଲାରରୁ ଅଧିକ ବିଦେଶରୁ ଟଙ୍କା ଆସିଥିଲରା । ବ୍ୟାଙ୍କ କହିଛି ଯେ, ୨୦୨୧ ମସିହାରେ ସ୍ୱଳ୍ପ ଏବଂ ମଧ୍ୟମ ଆୟ କରୁଥିବା ଦେଶରେ ଏହା ୭.୩ ପ୍ରତିଶତ ବୃଦ୍ଧି ହୋଇ ମୋଟ ୫୮୯ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।



Visitors Today : 1
Total Visitors : 129310
Total Views : 9890516
Visitors Online Now : 0