spot_img

ଇଡି ରେ ହାଜର ହେବେ ଜ୍ୟାକଲିନ୍

ମନି ଲଣ୍ଡରିଂ ମାମଲାକୁ ନେଇ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍ ଏବେ ଚର୍ଚ୍ଚାରେ। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଜ୍ୟାକଲିନଙ୍କୁ ପୁଣି ଥରେ ଇଡି ଡକାଇଛି। ଆଜି ଦିଲ୍ଲୀରେ ତାଙ୍କୁ ପୁଣିଥରେ ଇଡି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଇଡି ଏହି ମାମଲାରେ ତୃତୀୟ ଥର ପାଇଁ ଜ୍ୟାକଲିନଙ୍କୁ ଡକାଇଛି। ଏହି ମାମଲା ଦିଲ୍ଲୀ ପୋଲିସର EOW ରେ ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ବିରୋଧରେ ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗ ସହିତ ଜଡିତ। ଶନିବାର ଦିନ ସୁକେଶ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ଇଡି ୭୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା। ​​ଯେଉଁଥିରେ ଜ୍ୟାକଲିନ ଏବଂ ନୋରା ଫତେହିଙ୍କୁ ଦିଆ ଯାଇଥିବା କୋଟି କୋଟି ଟଙ୍କାର ଉପହାର ବିଷୟରେ ଉଲ୍ଲେଖ କରାଯାଇଥିଲା। ରବିବାର ଦିନ ଜ୍ୟାକଲିନଙ୍କୁ ଦୁବାଇ ଯିବାକୁ ବନ୍ଦ କରାଯାଇଥିଲା। ଜ୍ୟାକଲିନ୍ ତାଙ୍କର ଏକ ଶୋ’ ପାଇଁ ବିଦେଶ ଯାଉଥିଲେ, କିନ୍ତୁ ଇଡିର ଲୁକ୍ ଆଉଟ୍ ସର୍କୁଲାର୍ କାରଣରୁ ଜ୍ୟାକଲିନଙ୍କୁ ବିମାନବନ୍ଦରରେ ଅଟକା ଯାଇଥିଲା। କାରଣ ଅନୁସନ୍ଧାନକାରୀ ସଂସ୍ଥା ଭୟ କରୁଥିଲା ​​ଯେ ଅଭିନେତ୍ରୀ ବିଦେଶକୁ ପଳାୟନ କରିପାରନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular