spot_img

ପ୍ରଦୂଷଣ ଉପରେ କେଜରିୱାଲ ସରକାରଙ୍କ ପଦକ୍ଷେପ

ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ କେଜ୍ରିୱାଲ ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ପ୍ରଥମେ ଆଣ୍ଟି ଡଷ୍ଟ୍ ଅଭିଯାନ ଆରମ୍ଭ ହୋଇଥିଲା । ଆଉ ଏବେ ସୋମବାର ଠାରୁ ଦିଲ୍ଲୀରେ ‘ରେଡ୍ ଲାଇଟ୍ ଅନ୍ ଗାଡି ଅଫ୍ ‘ ଅଭିଯାନ ଆରମ୍ଭ ହୋଇଛି, ଯାହା ନଭେମ୍ବର ୧୮ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଦିଲ୍ଲୀ ସରକାର ‘ରେଡ୍ ଲାଇଟ୍ ଅନ୍ କାର୍ ଅଫ୍’ ଅଭିଯାନ ଆରମ୍ଭ କରିଛନ୍ତି, ଯାହାକୁ ଲୋକମାନେ ଉଚ୍ଚ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଛନ୍ତି । ଏହା ସହିତ କିଛି ପୁଣି ଥରେ ଅଡ୍ ଇଭିନ୍ ଫର୍ମୁଲା କାର୍ଯ୍ୟକାରୀ କରିବା ପାଇଁ କିଛି ଲୋକ ପରାମର୍ଶ ଦେଇଛନ୍ତି । ଫଳରେ ବାୟୁ ପ୍ରଦୂଷଣକୁ ଠିକ ଭାବରେ ନିୟନ୍ତ୍ରଣ କରାଯାଇ ପାରିବ । ଅନ୍ୟପଟେ ଆଉ କିଛି ଲୋକ କିନ୍ତୁ ଦିଲ୍ଲୀ ସରକାରଙ୍କ ଏହି ଯୋଜନାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଶୀତ ଆସିବା ମାତ୍ରେ ଦିଲ୍ଲୀ ସରକାରଙ୍କୁ ପ୍ରଦୂଷଣ କଥା ମନେ ପଡ଼େ । ଆଉ ତିନିମାସ ଧରି ପ୍ରଦୂଷଣ ବିରୋଧରେ ଯୁଦ୍ଧ ଆରମ୍ଭ ହୋଇଯାଏ । ହେଲେ ବର୍ଷସାରା ପ୍ରଦୂଷଣ ଉପରେ ସରକାରଙ୍କ ଧ୍ୟାନ ନଥାଏ । ଏହା ସହ ଲୋକମାନେ କହିଛନ୍ତି ଯେ ରେଡ୍ ଲାଇଟ୍ ଅନ୍ କାର୍ ଅଫ୍ ଅଭିଯାନ ଦିଲ୍ଲୀର ପ୍ରଦୂଷଣକୁ ହ୍ରାସ କରିବ ନାହିଁ । ଦିଲ୍ଲୀ ସରକାର ଆଜି ଠାର ବାୟୁ ପ୍ରଦୂଷଣ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ଫଳ ସ୍ୱରୂପ ରାଜଧାନୀରେ ‘ରେଡ୍ ଲାଇଟ୍ ଅନ୍ କାର୍ ଅଫ୍’ ଅଭିଯାନ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ରେଡ୍ ଲାଇଟ୍ ଜଳିଳେ ତଥା ଟ୍ରାଫିକ୍‌ରେ ଅଟକିଲେ ଗାଡି ବନ୍ଦ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି । ତେବେ ଏହା କେବଳ ବାୟୁ ପ୍ରଦୂଷଣର ସ୍ତରକୁ ହ୍ରାସ କରିବ ନାହିଁ ବରଂ ପେଟ୍ରୋଲ ଏବଂ ଡିଜେଲ ମଧ୍ୟ ସଞ୍ଚୟ କରିବାରେ ସହାୟକ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular