ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନ କରିବେ ବୋଲି ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରି ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍ ପୂର୍ବରୁ କୋହଲିଙ୍କୁ ଦଳର ବ୍ୟାଟିଂ କ୍ରମକୁ ନେଇ ପ୍ରଶ୍ନ କରାଯାଇଥିଲା ।ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତର ଓପନିଂ ଯୋଡ଼ିକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।
କୋହଲି ଉତ୍ତର ଦେଇ କହିଥିଲେ, ରୋହିତଙ୍କ ସହ ରାହୁଲ ପାଳି ଆରମ୍ଭ କରିବେ । ମୁଁ ୩ନଂ ସ୍ଥାନରେ ବ୍ୟାଟିଂ କରିବି । ଆଇପିଏଲ୍ ପୂର୍ବରୁ ଭିନ୍ନ ସ୍ଥିତି ରହିଥିଲା । ରାହୁଲ ଆଇପିଏଲ୍ରେ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କୁ ଓପନ ନ କରାଇବା ମୁର୍ଖାମୀ ହେବ । ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲା ପାଇଁ ଆମର ଚୂଡ଼ାନ୍ତ ଏକାଦଶ ଏକପ୍ରକାର ନିଶ୍ଚିତ ହୋଇଯାଇଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0