spot_img

ଗୋଆରେ କେନ୍ଦ୍ର ଉପରେ ବର୍ଷିଲେ ମମତା ଦିଦି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଗୋଆ ଗସ୍ତରେ ଯାଇଛନ୍ତି । ଗୋଆରେ କେନ୍ଦ୍ରଉପରେ ବର୍ଷିଲେ ମମତା ବାନାର୍ଜୀ । କେନ୍ଦ୍ରର ଦାଦାଗିର ଗୋଆରେ ଚଳିବନାହିଁ ବୋଲି ମମତା କହିଛନ୍ତି। ଗୋଆ ଅତି ସୁନ୍ଦର ସ୍ଥାନ। ମୁଁ ଏଠାକୁ ଆସିବାକୁ ପସନ୍ଦ କରେ ବୋଲି ମମତା କହିଛନ୍ତି। ସେପଟେ ମମତା ଗୋଆ ଗସ୍ତ ସମୟରେ ଅଭିନେତ୍ରୀ ନଫିସା ଅଲ୍ଲୀ ମଧ୍ୟ ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି। ମମତାଙ୍କ ଉଦ୍ବୋଧନ ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫାଲେରିଓ,ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରିଏନ୍ ଓ ସ୍ଥାନୀୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଗୋଆ ପାନାଜୀରେ ସେ ବୈଠକରେ ଯୋଗଦେବା ସମୟରେ କହିଛନ୍ତି ଯେ ମୁଁ ଭାରତୀୟ ହିସାବରେ ସବୁ ଜାଗାକୁ ଯିବା ମୋ ଅଧିକାର ଅଛି। ବଙ୍ଗଳ ଯଦି ମୋ ମାତୃଭୂମି, ଗୋଆ ମଧ୍ୟ ମୋ ମାତୃଭୂମି। ମୁଁ ଗୋଆ ଆସେ ହେଲେ ବିଜେପି ମୋ ନାଁ ବଦନାମ କରନ୍ତି। ମୁଁ ଗୋଆ ଆସିବା ସମୟରେ ମୋ ପୋଷ୍ଟରକୁ ବିଜେପି ଚିରାଚିରି କରିଥିଲା। ବଙ୍ଗଳା ଓ ଗୋଆକୁ ସଂଯୋଗ କରୁଥିବା ଦୁଇଟି ଜିନିଷ ମାଛ ଏବଂ ଫୁଟବଲ ବୋଲି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏକ ସଭାରେ କହିଛନ୍ତି । ସେ କ୍ଷମତା ଅକ୍ତିଆର କରିବାକୁ କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ଗୋଆ ଆସିନାହାନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular