ନୂଆଦିଲ୍ଲୀ: ୨୦୨୧-୨୨ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେଗା-ଜାତୀୟ ରାଜପଥ ପ୍ରକଳ୍ପ ସଂପର୍କରେ ଘୋଷଣା କରିଛନ୍ତି। ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ ଏବଂ କେରଳରେ ମେଗା ଜାତୀୟ ରାଜପଥ ପ୍ରକଳ୍ପ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ତାମିଲନାଡୁରେ ଜାତୀୟ ରାଜପଥ ପ୍ରକଳ୍ପର ମୂଲ୍ୟ ୧.୦୩ ଲକ୍ଷ କୋଟି ଟଙ୍କା ହେବ। ଏଥିରେ ଅର୍ଥନୈତିକ କରିଡର ନିର୍ମାଣ କରାଯିବ। ମୁମ୍ବଇ-କନ୍ୟାକୁମାରୀ ଅର୍ଥନୈତିକ କରିଡର ସଂପର୍କରେ ମଧ୍ୟ ବଜେଟରେ ଘୋଷଣା କରାଯାଇଛି। କେରଳରେ ୬୫ ହଜାର କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ ମଧ୍ୟ ନିର୍ମାଣ ହେବ। ପଶ୍ଚିମବଙ୍ଗରେ କୋଲକାତା-ସିଲିଗୁଡି ପାଇଁ ଜାତୀୟ ରାଜପଥ ପ୍ରକଳ୍ପର ଘୋଷଣା କରାଯାଇଛି। ଆସନ୍ତା ତିନି ବର୍ଷ ମଧ୍ୟରେ ଆସାମରେ ରାଜପଥ ଏବଂ ଅର୍ଥନୈତିକ କରିଡର ବିୟେରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ୮,୫୦୦ କିଲୋମିଟର ସଡକ ପ୍ରକଳ୍ପ ପ୍ରସ୍ତୁତ ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0