spot_img

ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ : ରଣଦୀପ ଗୁଲେରିଆ

ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂତନ ପ୍ରକାର ଭାରିଆଣ୍ଟ ବିରୋଧରେ ବେଅସର ହୋଇପାରେ ଟିକାର ପ୍ରଭାବ । AIIMS ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ ଏନେଇ ସାରା ଦେଶବାସୀଙ୍କୁ ଆଲର୍ଟ କରିଛନ୍ତି । କରୋନାର ନୂତନ ଓମିକ୍ରନ୍ ଭାରିଆଣ୍ଟର ସ୍ପାଇକ୍ ପ୍ରୋଟିନ୍ ଅଞ୍ଚଳରେ ୩୦ରୁ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହା ପ୍ରତିରକ୍ଷା ପ୍ରଣାଳୀରୁ ଦୂରେଇ ରହିବାର କ୍ଷମତା ବିକାଶରେ ସାହାଯ୍ୟ କରିଥାଏ । ଓମିକ୍ରନ୍ ବିରୋଧରେ ଟିକାକରଣର ପ୍ରଭାବକୁ ଗମ୍ଭୀରତାର ସହ ମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି ବୋଲି ଗୁଲେରିଆ କହିଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ସ୍ପାଇକ୍ ପ୍ରୋଟିନର ଉପସ୍ଥିତି ହୋଷ୍ଟ କୋଷରେ ଭୂତାଣୁ ପ୍ରବେଶକୁ ସହଜ କରିଥାଏ । ଏହା ବିସ୍ତାର ଏବଂ ସଂକ୍ରମଣ ପାଇଁ ଦାୟୀ ଅଟେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular