spot_img

ଗୋଟିଏ ଦିନରେ ଆସିବ ଆଦିପୁରୁଷ ଓ ରକ୍ଷାବନ୍ଧନ

ଆସନ୍ତା ଅକ୍ଟୋବର ୨୨ ତାରିଖରେ ଖୋଲିବ ମହରାଷ୍ଟ୍ରର ସମସ୍ତ ସିନେମା ହଲ ଓ ଥିଏଟର । ସିନେମା ଘର ଗୁଡିକ ଖୋଲା ହୋଇଥିଲେ ବି ଏଠାରେ କୋଭିଡ ନିୟମକୁ କଡାକଡି ମାନିବା ଉପରେ ଗୁରୁତ୍ୱ ଦେବାକୁ ମହାରାଷ୍ଟ୍ର ସରକାର ଟକିଜ୍ ମାଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ ଦେଢ ବର୍ଷ ପରେ ବଲିଉଡ ଜଗତ ଆଶ୍ୱସ୍ତ ହୋଇଛି । ଏହି ଖୁସି ଖବର ସହ ଅନେକ ବଡ ବଜେଟର ଫିଲ୍ମ ରିଲିଜ୍ର ଡେଟ୍ ବି ଘୋଷଣା ହୋଇଛି । ଏହି କ୍ରମରେ ଅକ୍ଷୟ କୁମାରଙ୍କ ‘ରକ୍ଷାବନ୍ଧନ’ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ‘ ଆଦିପୁରୁଷ’ର ରିଲିଜ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ବଡ କଥା ହେଉଛି ଦୁିଟି ଯାକ ଫିଲ୍ମ ଗୋଟିଏ ଦିନରେ ରିଲିଜ୍ ହେବ । ଅକ୍ଷୟ କୁମାର ଓ ଭୂମି ପଡନେକରଙ୍କ ଅଭିନୀତ ‘ରକ୍ଷାବନ୍ଧନ’ , ପ୍ରଭାସ,ସୈଫ୍ ଅଲ୍ଲି ଖାନ୍ ଓ ଶୃତି ସେନନ୍ଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ପାଇଁ ଏହାର ନିର୍ମାତା ମାନେ ଗୋଟିଏ ହେଟ୍ ଲକ୍ କରିଛନ୍ତି । ଏହି ଦୁଇଟି ଫିଲ୍ମ ୨୦୨୨ ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହେବ । ତେଣୁ ଏହି ଦୁଇ ଫିଲ୍ମ ଭିତରେ କଡା ଟକ୍କର ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular