spot_img

କରିଥିଲେ ୧.୫ ଲକ୍ଷର ଆଇଫୋନ ଅର୍ଡର, ଆସିଲା ହାତଧୁଆ ସାବୁନ

ନୂଆଦିଲ୍ଲୀ: ଅନଲାଇନରେ ଅର୍ଡର ଦେଇ ହଟହଟା ହୋଇଛନ୍ତି ଜଣେ ଗ୍ରାହକ। ବ୍ରିଟେନରେ ରହୁଥିବା ଜଣେ ମହିଳା ଆପଲ କମ୍ପାନୀର ସବୁଠାରୁ ମହଙ୍ଗା ଫୋନ ଅନଲାଇନରେ ଅର୍ଡର କରିଥିଲେ। ହେଲେ ତାଙ୍କ ପାଖରୁ ଗୋଟିଏ ଡଲାରର ହାତଧୁଆ ସାବୁନ ବୋତଲ ଆସି ପହଞ୍ଚିଛି। ତେବେ ଇ-କର୍ମସ କମ୍ପାନୀରେ ଏପରି ଘଟଣା ଘଟିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ ଲୋକ ଏପରି ଠକାମୀର ଶିକାର ହେବାର ନଜିର ରହିଛି।
ସୂଚନା ଅନୁସାରେ, ବ୍ରିଟେନରେ ରହୁଥିବା ଖାଓଉଲା ଲାଫହେଲୀ ଅନଲାଇନରେ ଅଇଫୋନ ୧୩ ପ୍ରୋ ମାକ୍ସ ପାଇଁ ଅର୍ଡର କରିଥିଲେ। ଫୋନ ଆସିବ ବୋଲି ସେ ବେଶ କିଛି ଦିନ ଅପେକ୍ଷା ମଧ୍ୟ କରିଥିଲେ। ହେଲେ ଫୋନ ବଦଳରେ ତାଙ୍କୁ ଆଶ୍ଚର‌୍ୟ୍ୟ କରିବା ଭଳି ଜିନିଷ ମିଳିଛି। ସେ ପ୍ରାୟ ୧.୫ ଲକ୍ଷ ଟଙ୍କାର ଦାମୀ ଫୋନ ଅର୍ଡର କରିଥିବା ବେଳେ ତାଙ୍କ ପାଖକୁ ଗୋଟିଏ ଡଲାରର ହ୍ୟାଣ୍ଡ ସୋପ ଆସିଛି।
ମହିଳା ଜଣଙ୍କ ସ୍କାଏ ମୋବାଇଲ ଜରିଆରେ ୩୬ ମାସର କଣ୍ଟ୍ରାକ୍ଟରେ ଏହି ଫୋନ ପାଇଁ ଅର୍ଡର ଦେଇଥିଲେ। କଣ୍ଟ୍ରାକ୍ଟ ଅନୁସାରେ ଫୋନାର ଦାମ ଜିବିପି ୧୫୦୦ ବା ପ୍ରାୟ ୧.୫ ଲକ୍ଷ ଟଙ୍କା ଥିଲା। ତେବେ ଭାରତରେ ଏହି ସ୍ମାର୍ଟଫୋନ ୧,୨୯,୯୦୦ ଟଙ୍କାରେ ବିକ୍ରି ହେଉଛି। ମହିଳା ଜଣଙ୍କ ଅର୍ଡର କରିବା ବେଳେ କିଛି ଟଙ୍କା ଦେଇଥିଲେ। ବାକି ଟଙ୍କା ତାଙ୍କୁ ଇନଷ୍ଟଲମେଣ୍ଟରେ ଦେବାର ଥିଲା। ଅର୍ଡର ବେଳେ ଫୋନଟି ଗୋଟିଏ ଦିନ ପରେ ପହଞ୍ଚିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ହେଲେ୨ ଦିନ ପରେ ଡେଲିଭରୀ ବୟ ଟ୍ରାଫିକ କଥା କହି ଠିକଣା ସମୟରେ ପାର୍ସଲ ପହଞ୍ଚାଇ ପାରି ନଥିଲେ।
ଡେଲିଭରୀ ବୟ ୨ ଦିନ ପରେ ମହିଳାଙ୍କ ଘରେ ପହଞ୍ଚିଥିଲେ ମଧ୍ୟ ପାର୍ସଲ ଦେଇ ନଥିଲେ। କେବଳ ତାଙ୍କ ଘରର ଫଟୋ ଉଠାଇ ଚାଲି ଆସିଥିଲେ। ଏହି ସମୟରେ ସେ ଘରେ କେହି ନାହାନ୍ତି ବୋଲି ମେସେଜ ଦେଇଥିଲେ। ତେବେ ଲାଫହେଲୀ ଉକ୍ତ ଘଟଣା ଦିନ ଘର ଭିତରେ ଥିଲେ। ଡେଲିଭରୀ ବୟ ଘର କବାଟ ନ ବାଡେଇ କେବଳ ଫଟୋ ଉଠାଇ ଚାଲି ଯାଇଥିଲେ ବୋଲି ସେ ଦାବି କରିଛନ୍ତି। କିଛି ଦିନ ପରେ ସେ ପାର୍ସଲ ବକ୍ସ ପାଇଥିଲେ। ହେଲେ ଏହାକୁ ସେ ଖୋଲିବା ମାତ୍ରେ ଏହା ମଧ୍ୟରୁ ଆଇଫୋନ ବଦଳରେ କେବଳ ରିଫିଲ ହ୍ୟାଣ୍ଡ ସୋପ ବୋତଲ ରହିଥିବା ଦେଖିବାକୁ ପାଇଥିଲେ। ଘଟଣା ପରେ ସେ ସ୍କାଏ ମୋବାଇଲରେ ନିଜ ଅଭିଯୋଗ ଦାଖଲ କରିଛନ୍ତି।
ତଦନ୍ତ ପରେ କମ୍ପାନୀ ଲାଫହେଲୀଙ୍କୁ ସବୁ କଥା କହିବ ବୋଲି କହିଥିଲା। ହେଲେ ସେ ଏଯାଏ କୌଣସି ଉତ୍ତର ପାଇ ନାହାନ୍ତି। ଘଟଣା ପଛରେ ଡେଲିଭରୀ ବୟଙ୍କ ହାତ ରହିଛି ଓ ସେ ଟଙ୍କା ପାଇଁ ମୋବାଇଲ ଫୋନ ଚୋରି କରିଥିବା ଆଶଙ୍କା କରାଯାଉଛି। ତେବେ ଏ ସମ୍ପର୍କରେ କମ୍ପାନୀ କିମ୍ବା ଡେଲିଭରୀ ସଂସ୍ଥା କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହିଁ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular