spot_img

କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ

କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠେଇଛନ୍ତି ଇସ୍ତଫାପତ୍ର | ସେ ଦଳରୁ ଇସ୍ତଫା ଦେବେ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ଅତି ଦୁଃଖ ଓ କଷ୍ଟର ସହ ନିଷ୍ପତ୍ତି ନେଇଥିବା ପ୍ରଦୀପ ଚିଠିରେ ଉଲ୍ଲେଖ କରିଛନ୍ତି। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରଦୀପ ମାଝି ଲେଖିଛନ୍ତିଯେ, ପୂର୍ବରୁ କ୍ରିୟାଶୀଳ ନେତୃତ୍ୱ ଯୋଗୁଁ ଦଳର ସଂଗଠନ ଭଲରେ ପରିଚାଳିତ ହେଉଥିଲା। କିନ୍ତୁ କିଛି ଜିଦ୍‌ କରି ଅସହଯୋଗ କରୁଥିବା ବ୍ୟକ୍ତି କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବା ଯୋଗୁ ଦଳ ନିମ୍ନଗାମୀ ହୋଇଛି। କଂଗ୍ରେସ ଦଳ ଏବେ ବିଶ୍ୱନୀୟତା ହରାଇଛି। ଦଳକୁ ପୁନରୁଦ୍ଧାର କରିବାକୁ ବହୁ ସମୟ ଲାଗିବ। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। କଂଗ୍ରେସରୁ ଇସ୍ତଫା ଦେବା ପରେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular