ଦେଶରେ ବର୍ତ୍ତମାନ ଦେଖିବାକୁ ମିଲିଛୁ ନିର୍ଵାଚନର ପୂର୍ବ ପ୍ରସ୍ତୁତି | ଦେଶର ରାଜନୀତିରେ ବିରୋଧୀଙ୍କ ନେତୃତ୍ୱକୁ ନେଇ ଲଗାତାର ପ୍ରଶ୍ନ ଉଠିବାରେ ଲାଗିଛି । ଏହି ରାଜନୈତିକ ଯୁଦ୍ଧରେ କଂଗ୍ରେସ ନିଜକୁ ସବୁଠାରୁ ବଡ ଦଳ କହି ନେତୃତ୍ୱ ନେବାର ଦାବି କରୁଥିବାବେଳେ ଟିଏମସି ବା ତୃଣମୂଳ କଂଗ୍ରେସ କିନ୍ତୁ ଏହାକୁ ମାନିବାକୁ ନାରାଜ | ବର୍ତ୍ତମାନ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ପ୍ରଶାନ୍ତ ଆଜି ବିରୋଧୀ ଦଳର ନେତୃତ୍ୱକୁ ନେଇ କଂଗ୍ରେସ କରୁଥିବା ଦାବିକୁ କଡା ଟାର୍ଗେଟ କରିଛନ୍ତି | ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଛନ୍ତି ଯେ ଏକ ଦୃଢ ବିରୋଧୀ ଦଳ ପାଇଁ କଂଗ୍ରେସ ଯେଉଁ ବିଚାରର ପ୍ରତିନିଧିତ୍ବ କରୁଛି ତାହା ଗୁରୁତ୍ୱପୂର୍ଣ୍ଣ | କିନ୍ତୁ ବିରୋଧୀ ଦଳର ନେତୃତ୍ୱ ନେବା କଂଗ୍ରେସର ଈଶ୍ୱରୀୟ ଅଧିକାର ନୁହେଁ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0