ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦେଢ଼ ବର୍ଷ ପରେ ରିଆ ଚକ୍ରବର୍ତ୍ତୀଙ୍କୁ ମିଳିଲା ଆଶ୍ୱସ୍ଥି। ଡିଫ୍ରିଜ ହେବ ତାଙ୍କ ଆକାଉଣ୍ଟ। ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକ ପୁଣି ଆକ୍ଟିଭ ହେବ। ମୁମ୍ବାଇ ସ୍ପେଶାଲ ଏନ୍ଡିପିସି କୋର୍ଟ ଅଭିନେତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଫ୍ରିଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗଲା କିଛି ଦିନ ତଳେ ରିଆ ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକ ଡିଫ୍ରିଜ କରିବା ପାଇଁ କୋର୍ଟର ଏକ ଆବେଦନ କରିଥିଲେ। ଏହି ଆବେଦନ ଅନୁଯାୟୀ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। କେବଳ ସେତିକି ନୁହେଁ ସ୍ୱତନ୍ତ୍ର ଏନ୍ଡିପିସି କୋର୍ଟ ରିଆଙ୍କୁ ତାଙ୍କ ଲାପଟପ୍, ମୋବାଇଲ ର୍ଫନ୍ ଏବଂ ଅନ୍ୟ ଗ୍ୟାଜେଟଗୁଡିକ ଫେରାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରିଆ ତାଙ୍କ ଆବେଦନରେ କହିଥିଲେ ଯେ, ତାଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ। ତେଣୁ ତାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ବ୍ୟବହାର କରିବାକୁ ଅନୁମତି ଦିଆଯାଉ ବୋଲି ସେ ଅପିଲ କରିଥିଲେ। ରିଆଙ୍କ ଏହି ଅପିଲକୁ ଏବେ କୋର୍ଟ ଗ୍ରହଣ କରି ନେଇଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ବେଳେ ସନ୍ଦେହ ଘେରକୁ ଆସିଥିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0