spot_img

ସଲମାନ ଖାନଙ୍କୁ ମିଳିଲା ‘ପର୍ସନାଲିଟି ଅଫ ଦି ଇୟର’ର ଆୱାର୍ଡ

ନୂଆଦିଲ୍ଳୀ : ବହୁ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସଲମାନ ଖାନ ତାଙ୍କ ଫ୍ୟାନ୍ସମାନଙ୍କୁ ଏଣ୍ଟରଟେନ କରି ଆସୁଛନ୍ତି । ବଲିଉଡରେ ଏଯାଏଁ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ତାଙ୍କ ଫିଲ୍ମ ହେଉ କିମ୍ବା ପର୍ସନାଲ ଲାଇଫ ସବୁବେଳେ ଲାଇମ ଲାଇଟକୁ ଆସିଥାନ୍ତି । ସଲମାନଙ୍କ ଫିଲ୍ମ ବଲିଉଡରେ ଯେଉଁ ପ୍ରକାରର କ୍ରେଜ ଦେଖାଯାଏ, ତାହା ଅନ୍ୟ କୌଣସି ଅଭିନେତାଙ୍କ ଫିଲ୍ମରେ ଦେକା ଯାଏ ନାହିଁ । ୫୬ ବର୍ଷିୟ ସଲମାନ ତାଙ୍କ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ପ୍ରତ୍ୟେକ ଦିନର କାର୍ୟ୍ୟ ଠାରୁ ଆରମ୍ଭ କରି ଆଗାମୀ ଫିଲ୍ମ ବିଷୟରେ ଅବଗତ କରିଥାନ୍ତି । ହେଲେ ବର୍ତ୍ତମାନ ନିକଟରେ ସେ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରିଥିଲେ, ଯାହା ସାଉଦି ଆରବର ରାଜଧାନୀ ରିୟାଦରେ ଆୟୋଜିତ ଜୟ ଆୱାର୍ଡରେ ସମ୍ମାନିତ କରାଯାଇଛି ।ସଲମାନ ଖାନ ରବିବାର ଦିନ ଆୱାର୍ଡ ପୋଗ୍ରାମର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ପର୍ସନାଲିଟି ଅଫ ଦି ଇୟର ଆୱାର୍ଡ ଦିଆଯାଇଥିଲା। ଏହା ବ୍ୟତୀତ ସେ କ୍ୟାପସନରେ ଲେଖିଛନ୍ତି, ‘ମୋ ଭାଇ ବୁ ନାସିର ଟ୍ଟ ତମ ସହ ଭେଟ ହୋଇ ବହୁତ ଭଲ ଲାଗିଲା। ସଲମାନଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ଖୁବ ଶୁଭେଚ୍ଛା କରିଥିଲେ। ଏହାକୁ ନେଇ ଜଣେ ପ୍ରଶଂସକ କହିଛନ୍ତି, ‘ଅଭିନନ୍ଦନ ସାର।’ ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି, ‘ସୁପର ଭୋଇ ଜାନ’।ନିକଟରେ ସଲମାନ ଖାନଙ୍କ ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ଯାହା ଖୁବ ଭାଇରାଲ ହୋଇଛି । ଯେଉଁଥିରେ ସେ ହଲିଉଡ ଅଭିନେତା ଜନ ଟ୍ରାଭୋଲଟାଙ୍କୁ ଭେଟିଥିଲେ। ତାଙ୍କୁ ହ ନିଜକୁ ପରିଚିତ କରି ସଲମାନ କୁହନ୍ତି, ‘ମୁଁ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରେ। ମୋର ନାମ ସଲମାନ ଖାନ । ଅନ୍ୟପଟେ ତାଙ୍କ କାମ ବିଷୟରେ କହିବାକୁ ଗଲେ ସଲମାନ ଖାନ ଖୁବ୍ ଶୀଘ୍ର ‘ଟାଇଗର’ ‘ର ନଜର ଆସିବେ । ଏହାର ସୁଟିଂ ମଧ୍ୟ ସରିବ । ଏହା ବ୍ୟତୀତ ତାଙ୍କର ‘କିକ -୨’, ‘କଭି ଇଦ କଭି ଦିୱାଲୀ’ ଏବଂ ‘ବଜରଙ୍ଗୀ ଭଜନ’ ର ସିକ୍ୱେଲ ଆସିବାକୁ ଯାଉଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular