ଆଜି ଷଷ୍ଠ ଦିନରେ ପହଞ୍ଚିଛି ନିଟ୍ ପିଜି କାଉନ୍ସେଲିଂ ବ୍ୟବସ୍ଥାକୁ ନେଇ ଏସ୍ସିବି ପିଜି ଡାକ୍ତରମାନେ ଚଳାଇଥିବା ଆନ୍ଦୋଳନ । ଏହା ସହିତ ଆନ୍ଦୋଳନକାରୀ ଦିଲ୍ଲୀଠାରେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଲାଠି ଚାର୍ଜ ଘଟଣାର ବି ପ୍ରତିବାଦ କରିଛନ୍ତି । ଶୋଭାଯାତ୍ରାରେ ଯାଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଜି ଏସ୍ସିବି, ଭିମ୍ସାର ଓ ଏମ୍କେସିଜିର ପିଜି ଡାକ୍ତରମାନେ ମଧ୍ୟ ଏଭଳି ପ୍ରତିବାଦରେ ସାମିଲ ହୋଇଛନ୍ତି । ଭିମ୍ସାର ପିଜି ଡାକ୍ତର ପ୍ରତିନିଧିମଣ୍ଡଳୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ସଂପର୍କିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଦିଲ୍ଲୀର ନିର୍ମାଣ ଭବନରେ ଫୋରଡା ପକ୍ଷରୁ ୧୭ ତାରିଖରୁ ପିଜି ଡାକ୍ତରୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଏହାକୁ ସମର୍ଥନ ଜଣାଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ର ପିଜି ଡାକ୍ତରମାନେ ୨୩ ତାରିଖରୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରତିବାଦ କରିବା ସହ ଧାରଣା ଓ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0