spot_img

ଆକାଶଛୁଆଁ ପିଆଜ ଦର

ଗତ କିଛି ଦିନ ମଧ୍ୟରେ ପିଆଜ କିଲୋପ୍ରତି ୨୦ଟଙ୍କା ଥିବାବେଳେ ୨ଦିନ ଭିତରେ ପିଆଜ କଲୋ ୫୦ଟଙ୍କାରେ ପହଞ୍ଚିଛି । ହଠାଥ୍ ପିଆଜ ଦରବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ ପାର୍ବଣ ଋତୁରେ ପିଆଜର ଚାହିଦା ଅଡଧିକ ଥିବାରୁ ପିଆଜ ଦର ବୃଦ୍ଧି ହୋଇଥାଏ । ଅନ୍ୟପଟେ ନାସିକରେ ପ୍ରବଳ ବର୍ଷା ହୋଇ ନୂଆ ପିଆଜ ନଷ୍ଟ ହୋଇଯାଇଥିବାରୁ ପିଆଜ ଦର ବୃଦ୍ଧି ପାଉଛି ବୋଲି କୁହାଯାଉଛି । ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୯୨୬ ଟଙ୍କାରେ ପହଂଚିଛି । ସବୁଠାରୁ ବାଧିଛି ପେଟ୍ରୋଲ ଦର । ପେଟ୍ରୋଲ ଲିଟର ପିଚ୍ଛା ସ୍ଥଳ ବିଶେଷରେ ୧୦୮ ଟଙ୍କା ହୋଇଥିବାବେଳେ ଡିଜେଲ ବି ଶହେ ଟଙ୍କା ପାର କରିଛି । ଏବେ ଠାରୁ ଦର ନିୟନ୍ତ୍ରଣ ନ କଲେ ଆଗରୁ ଦର ହୁ ହୁ ହୋଇ ବଢିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular