ବଲିଉଡ ଅଭିନେତା ସୋନୁ ସୁଦ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ଗତ ବର୍ଷ କୋଭିଡ-୧୯ ସମୟରେ ଅଭିନେତା ଲୋକଙ୍କୁ ନିରନ୍ତର ସାହାଯ୍ୟ କରିଥିଲେ। ବର୍ତ୍ତମାନ ପୁଣିଥିରେ ସୋନୁ ତାଙ୍କ ଭଉଣୀଙ୍କ ସହିତ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଉଭୟ ଭାଇ-ଭଉଣୀ ମଙ୍ଗଳବାର ଦିନ ସ୍କୁଲ ଛାତ୍ରୀ ଏବଂ ସାମାଜିକ କର୍ମୀଙ୍କୁ ୧୦୦ ସାଇକେଲ ବଣ୍ଟନ କରିଛନ୍ତି। ତାଙ୍କର ଏହି ଅଭିଯାନରେ ମୋଗା ଆଖପାଖର ପ୍ରାୟ ୪୦-୪୫ ଗାଁର ଛାତ୍ରୀ ଉପକୃତ ହେବେ ହେବେ ବୋଲି ଅଭିନେତା କହିଛନ୍ତି।
ସୋନୁ କହିଛନ୍ତି,”ବିଦ୍ୟାଳୟ ଏବଂ ଘର ମଧ୍ୟରେ ଦୂରତା ବହୁତ ଲମ୍ବା। ଯାହାଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପ୍ରବଳ ଥଣ୍ଡା ସମୟରେ କ୍ଲାସ ପାଇଁ ଯିବା କଷ୍ଟକର ହୋଇଥାଏ। ଏହି ସମସ୍ୟାର ସମାଧାନରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଯୋଗ୍ୟ ଛାତ୍ରୀମାନଙ୍କୁ ସାଇକେଲ ପ୍ରଦାନ କରାଯିବ। ଆମର ଏହି ଅଭିଯାନରେ ସମାଜସେବୀଙ୍କୁ ମଧ୍ୟ ସାଇକେଲ ଦିଆଯିବ।”



Visitors Today : 1
Total Visitors : 129939
Total Views : 9891293
Visitors Online Now : 0