spot_img

ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା

ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚ ଆଜି ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ଓ ଗୋଟିଏ ମ୍ୟାଚରେ ପରାଜୟ ହାସଲ କରିଛି । ଫଳରେ ଦଳ ୨ ପଏଣ୍ଟ ପାଇ ଗ୍ରୁପ-୧ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡି’କକ୍ ଦଳକୁ ଫେରିଛନ୍ତି । ସେ ଟିମକୁ ଫେରିବା ଦ୍ବାରା ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହୋଇଛି । ବ୍ଲାକ ଲାଇଭ୍ସ ମ୍ୟାଟର୍ସ (ବିଏଲଏମ) ପ୍ରସଙ୍ଗରେ ବିବାଦୀୟ ଭାବେ ପୂର୍ବ ୨ଟି ମ୍ୟାଚରୁ ସେ ବାଦ ପଡ଼ିଥିଲେ । ପରେ ସେ କ୍ଷମା ମାଗିବା ପରେ ଦଳକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular