ପଞ୍ଜାବ ରାଜନୀତିରେ ଅସ୍ଥିରତା ବଢିବାରେ ଲାଗିଛି । ମନ୍ତ୍ରୀ ଓ ବିଧାୟକ ମାନେ ଏବେ ବାରମ୍ୱାର ଇସ୍ତଫା ଦେବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ଆଉଜଣେ ପଞ୍ଜାବର ଟାଣୁଆ କଂଗ୍ରେସ ନେତାଙ୍କ ନାମ ଯୋଡ଼ିଯାଇଛି ।
ପଞ୍ଜାବ ବିଧାନସଭାର ପୂର୍ବତନ ବିରୋଧୀଦଳ ନେତା (୨୦୦୭ -୨୦୧୨), ପଞ୍ଜାବ ଏକତା ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ସୁଖପାଲ ସିଂହ ଖେହେରା ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି । ସେ ଇସ୍ତଫା ଦେବା ସହ ତାଙ୍କର ଇସ୍ତଫା ପତ୍ର ବିଧାନସଭା ବାଚସ୍ପତିଙ୍କୁ ଦେଇଛନ୍ତି । ବାଚସ୍ପତି ମଧ୍ୟ ତାଙ୍କର ଇସ୍ତଫାପତ୍ରକୁ ସ୍ୱୀକାର କରିଛନ୍ତି । କିଛିଦିନ ପୂର୍ବରୁ ,କ୍ୟାପଟେନ ଅମରିନ୍ଦର ସିଂହ ତାଙ୍କର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
ଏହାପରେ ଲଗାତାର ଅନ୍ୟ ମନ୍ତ୍ରୀଙ୍କ ସହିତ ବିଧାୟକ ମାନେ ମଧ୍ୟ ଇସ୍ତଫା ଦେବାରେ ଲାଗିଛନ୍ତି । ସୁଖପାଲ ସିଂହ ଖେହେରା ପଞ୍ଜାବର ଭୂଲଥ ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ । ୨୦୧୭ ମସିହାରେ ସେ କଂଗ୍ରେସ ଦଳ ଛାଡ଼ି ଆମ୍ ଆଦମି ପାର୍ଟିରେ ଯୋଗ ଦେଇଥିଲେ । ପୁଣି ସମୟକ୍ରମେ କଂଗ୍ରେସକୁ ଫେରିଥିଲେ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0