ମହାମାରୀ କରୋନାର ଶିକାର ହୋଇ ରହିଛି ସାରା ବିଶ୍ୱ | ମାର୍ଚ ମାସରେ ଭାରତରେ କରୋନାଭାଇରସ୍ ସଂକ୍ରମଣ ହଠାତ୍ ଦ୍ରୁତ ବେଗରେ ବୃଦ୍ଧି ପାଇବାରୁ କେନ୍ଦ୍ର ସରକାର କୋଭିଡ୍-୧୯ ଟିକା ରପ୍ତାନି ସ୍ଥଗିତ ରଖିଥିଲେ। ଗତ ସୋମବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଘୋଷଣା କରିଥିଲେ ଯେ, ବିଶ୍ବର ସମସ୍ତ ଦେଶକୁ ଟିକା ଯୋଗାଇ ଦେବା ଲାଗି ଭାରତ ଅକ୍ଟୋବର ମାସରୁ ପୁନର୍ବାର ‘ଟିକା ମୈତ୍ରୀ ଯୋଜନା’ ଆରମ୍ଭ କରିବ। କୋଭାକ୍ସ୍’କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ନିମନ୍ତେ ପୁଣି କୋଭିଡ୍-୧୯ ଟିକା ରପ୍ତାନି ଆରମ୍ଭ କରିବାକୁ ଯାଉଥିବାରୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମହାନିର୍ଦେଶକ ଟେଡ୍ରସ୍ ଅଧାନୋମ୍ ଗେବ୍ରେସିୟସ୍ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଗେବେ୍ରସିୟସ୍ କହିଛନ୍ତି, ଅକ୍ଟୋବରରେ ଭାରତ ‘କୋଭାକ୍ସ୍’କୁ ଗୁରୁତ୍ବପୂର୍ଣ୍ଣ କୋଭିଡ୍-୧୯ ଟିକା ପ୍ରେରଣ ଆରମ୍ଭ କରିବ ବୋଲି ଘୋଷଣା କରିଥିବାରୁ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କୁ ଧନ୍ୟବାଦ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0