ନୂଆଦିଲ୍ଲୀ: ଓଡ଼ିଶାର ସ୍ୱତନ୍ତ୍ରତାର ପରିଚୟ ସମ୍ବଲପୁରୀ ଶାଢ଼ୀରେ ନଜର ଅସିଥିଲେ ସୀତାରମଣ। ମାଟିଆ ଓ ମେରୁନ ରଙ୍ଗର ସମ୍ବଲପୁରୀ ଶାଢ଼ୀରେ ସଂସଦରେ ଏଣ୍ଟ୍ରି କରିଥିଲେ ଅର୍ଥମନ୍ତ୍ରୀ। ଆଜି ସାରା ଦେଶର ନଜର ରହିଥିଲା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି ଉପରେ। ଏଥର ସାଧାରଣ ବଜେଟରେ ଗରିବଙ୍କ ପାଇଁ କ’ଣ ଅଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ କଣ ବ୍ୟବସ୍ଥା କରିଛନ୍ତି ସରକାର। ଏହାରି ଭିତରେ ସଂସଦରେ ପ୍ରବେଶ କରିଥିଲେ ଅର୍ଥମନ୍ତ୍ରୀ। ଆଉ ଆଜି ଭଳି ଦେଶ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଦିନରେ ସୀତାରମଣଙ୍କୁ ଦେଖିବାକୁ ମିଳିଥିଲା ସ୍ଵତନ୍ତ୍ର ରୂପରେ।
ତେବେ ସେ ପ୍ରଥମଥର ପାଇଁ ସମ୍ବଲପୁରୀ ଶାଢ଼ୀ ପିନ୍ଧିନାହାନ୍ତି। ଏହା ପୂର୍ବରୁ ମଧ୍ୟ ୨୦୧୯ରେ ରାଜ୍ୟ ସଭାରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ବେଳେ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିଲେ। ପୂର୍ବରୁ ମଧ୍ୟ ଅନେକଥର ସମ୍ବଲପୁରୀ ଶାଢ଼ୀରେ ନଜର ଆସିଛନ୍ତି ନିର୍ମଳା। ସୂଚନା ମୁତାବକ, ମୋଦି ସରକାରଙ୍କ ପ୍ରଥମ ପାଳିରେ ଯେତେବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ, ସେତେବେଳେ ମଧ୍ୟ ନିର୍ମଳାଙ୍କୁ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ ଏଥିରୁ ଏହା ସ୍ପଷ୍ଟ ଯେ, ଓଡ଼ିଶାର ପାରମ୍ପାରିକ ହସ୍ତଶିଳ୍ପ ସମ୍ବଲପୁରୀ ଶାଢ଼ୀ ପ୍ରତି ନିର୍ମଳାଙ୍କର ରହିଛି ଅହେତୁକ ଦୁର୍ବଳତା।
ପୂର୍ବରୁ ମଧ୍ୟ ବଜେଟ୍ ଉପସ୍ଥାପନ ବେଳେ ନିର୍ମଳାଙ୍କ ଶାଢ଼ୀ ଲୁକ୍ ସମସ୍ତଙ୍କୁ ଆକର୍ଷିତ କରିଛି। ୨୦୨୧ରେ ସେ ଧଳା ଓ ନାଲି ରଙ୍ଗର ସିଲ୍କ ଶାଢ଼ୀ ପିନ୍ଧିଥିଲେ। ସେହିପରି ୨୦୨୦ରେ ହଳଦିଆ ରଙ୍ଗର ପାଟ ଶାଢ଼ୀ ପିନ୍ଧି ସଂସଦରେ ବଜେଟ ଉପସ୍ଥାପନ କରିଥିଲେ। ୨୦୧୯ରେ ତାଙ୍କୁ ଗୋଲାପି ରଙ୍ଗର ଶାଢ଼ୀରେ ଦେଖିବାକୁ ମିଳିଥିଲା। ତେବେ ସବୁ ଥର ଭଳି ଚଳିତ ଥର ମଧ୍ୟ ଶାଢ଼ୀ ଲୁକ୍ରେ ନଜର ଆସିଛନ୍ତି ନିର୍ମଳା ସୀତାରମଣ



Visitors Today : 1
Total Visitors : 129939
Total Views : 9891293
Visitors Online Now : 0