ଗୌହାଟୀ: ଜଣେ ସାମ୍ବାଦିକଙ୍କୁ ସର୍ବସମ୍ମୁଖରେ ଅତି ନିଷ୍ଟୁର ଭାବେ ମାଡ ମାରିଛନ୍ତି ଦୁଇ ଜଣ ପୁଲିସ୍ କନଷ୍ଟେବଲ। କନଷ୍ଟେବଲ ଦୁଇ ଜଣ ବାଇକରେ ଯାଉଥିବା ବେଳେ କଣ ପାଇଁ ହେଲମେଟ ପିନ୍ଧି ନାହାନ୍ତି ବେଲି ଏହି ଗୋଟିଏ ପ୍ରଶ୍ନ ପଚାରି ବାରୁ ଦୁଇ କନଷ୍ଟେବଲ ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି।
ଆସାମର ବାସୁଗାଓଁରେ ଘଟିଥିବା ଏହି ଘଟଣା ପରେ ଦୁଇ କନଷ୍ଟେବଲଙ୍କ ବିରୋଧରେ ସାମ୍ବାଦିକ ଜଣଙ୍କ ଏଫଆଇଆର ମଧ୍ୟ ରୁଜୁ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସାମ୍ବାଦିକ ଜୟନ୍ତ ଦେବନାଥ କହିଛନ୍ତି, “ବାଇକରେ ଯାଉଥିବା ଦୁଇ ଜଣ ପୁଲିସ୍ କର୍ମଚାରୀ ହେଲମେଟ ପିନ୍ଧି ନଥିଲେ। ସେମାନେ ହେଲମେଟ ନ ପିନ୍ଧି ସାଧାରଣ ଲୋକଙ୍କୁ କେଉଁ ପ୍ରକାରର ବାର୍ତ୍ତା ଦେଉଛନ୍ତି ବୋଲି କେବଳ ପ୍ରଶ୍ନ କରିଥିଲେ। ବୋଧେ ଏପରି ପ୍ରଶ୍ନ କରିବା ମୋର ଭୁଲ ଥିଲା। ପ୍ରଶ୍ନ ଶୁଣି ସେମାନେ ଦିନ ଦ୍ୱିପହରରେ ପୁଣି ସର୍ବସମ୍ମୁଖରେ ମୋତେ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ। ସେମାନେ ଆକ୍ରମଣ କରିବା ବେଳେ ମୁଁ ଜଣେ ସାମ୍ବାଦିକ ବୋଲି କହିଥିଲି। ଏହାଶୁଣି ସେମାନେ ଆହୁରି ଆକ୍ରମଣାତ୍ମକ ହୋଇ ଉଠିଥିଲେ।
ଆସାମରେ ପୁଲିସ୍କୁ ନିଜ ସ୍ୱାଧୀନତାରେ କାମ କରିବାକୁ ଅନୁମତି ମିଳିଛି। କିନ୍ତୁ କିଛି ପୁଲିସ୍ କର୍ମଚାରୀ ଏହାର ଅପବ୍ୟବହାର କରୁଛନ୍ତି। ମୁଁ ଆସାମ ସରକାରଙ୍କୁ କହିବାକୁ ଚାହୁଁଛି ଯେ ଆପଣ ଆଇନ ତିଆରି କରିଛନ୍ତି ଓ ଆପଣଙ୍କ ଲୋକମାନେ ଏହାକୁ ଭାଙ୍ଗୁଛନ୍ତି। ସରକାର ତୁରନ୍ତ ଦୁଇ ପୁଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯଦି ଏପରି ଘଟଣା ରାତିରେ ଘଟି ଥାଆନ୍ତା, ତା’ହେଲେ ସେମାନେ ମୋତେ ଗୁଳି କରି ଦେଇଥାଆନ୍ତେ। ମୁଁ ସେମାନଙ୍କ ଆଚରଣ ଦେଖି ପୂରା ସ୍ତବ୍ଧ ହୋଇଯାଇଛି।”
ଘଟଣାକୁ ନେଇ ବିବାଦ ତୀବ୍ର ହେଉଥିବାରୁ ପୁଲିସ୍ ତଦନ୍ତ ଆରମ୍ଭ କରିଛି ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି। ଡିଏସ୍ପି କହିଛନ୍ତି, ଏଫଆଇଆରକୁ ଭିତ୍ତି କରି ଆମେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ ଦୁଇ କନଷ୍ଟେବଲଙ୍କୂ କୌଣସି କାର୍ୟ୍ୟରେ ସାମିଲ ନ କରିବାକୁ ନିଷ୍ପତ୍ତି ନେଇଛୁ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0