spot_img

ବୁଧବାର ହେବ ଜୁନିୟର ପୁରୁଷ ହକି ବିଶ୍ବକପ୍‌

ବୁଧବାରଠାରୁ ଆରମ୍ଭ ହେବ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ବକପ୍‌ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୧୦ଟି ହୋଟେଲରେ ରହିଥିବା ୧୬ଟି ଟିମ୍ ର ଖେଳାଳିଙ୍କୁ ଦିଆଯିବ ସୁରକ୍ଷା । ଏଥିପାଇଁ ଫୋର୍ସ ମୁତୟନ କରାଯିବା ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଘରୋଇ ଭାରତୀୟ ଦଳ ସମେତ ୧୬ଟି ଯାକ ଦଳ ଲଢ଼େଇ ପାଇଁ ପ୍ରସ୍ତୁତ ରହିଛନ୍ତି । ପରସ୍ପର ସହ ଅଭ୍ୟାସ ମ୍ୟାଚ୍‌ ଖେଳି ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ବକପ୍ ପାଇଁ କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡ ରଙ୍ଗ ବେରଙ୍ଗର ପୋଷ୍ଟରରେ ସଜେଇ ହୋଇଛି । ଷ୍ଟାଡିୟମ ଉପରେ ଫର୍‌ ଫର୍‌ ହୋଇ ଉଡ଼ୁଛି ୧୬ଟି ଦେଶର ପତାକା । କ୍ୟାମେରା ଓ ଲାଇଟ୍‌ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ମୁଖ୍ୟ ଗ୍ରାଉଣ୍ଡ ସହ ଅଭ୍ୟାସ ଗ୍ରାଉଣ୍ଡରେ ଚାଲିଛି ଅଭ୍ୟାସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular