spot_img

କ୍ରିପ୍ଟୋକରେନ୍ସିକୁ ନେଇ ଲୋକସଭାରେ ଆସିବ ନୂଆ ବିଲ

କ୍ରିପ୍ଟୋକରେନ୍ସିକୁ ନେଇ ଲୋକସଭା ରେ ଏକ ନୂଆ ବିଲ ଆସିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | କ୍ରିପ୍ଟୋକରେନ୍ସିରେ ନିବେଶ କରିବା ପାଇଁ ଗ୍ରାହକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା କଥା ପୂର୍ବରୁ ଶୁଣାଯାଉଥିଲେ ମଧ୍ୟ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଅର୍ଥମନ୍ତ୍ରୀ | ସେ କହିଛନ୍ତି ଏଥିପାଇଁ ନୂଆ ବିଲ ପ୍ରଣୟନ କରାଯିବ | ନୂଆ ବିଲକୁ ଆମେ ନେଇକି ଆସିଚୁ | ଥରେ ଖାଲି କ୍ୟାବିନେଟରେ ମଞ୍ଜୁରୀ ମିଳିବା ପରେ ଏହାକୁ ଲୋକସଭାରେ ପାରିତ କରାଯିବ | କିଛି ଲୋକ ସରକାର କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ଦେଇ ନଥିବାରୁ ଟିଭି ଓ ଖବରକାଗଜରେ ଏସଂକ୍ରାନ୍ତ ବିଜ୍ଞାପନ ଉପରେ ରୋକ ଲଗାନ୍ତୁ ବୋଲି କହିଥିଲେ। ହେଲେ ଏହା ଉପରେ ବ୍ୟାନ ଲାଗିବ ନାହିଁ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular