ଗ୍ରାହକଙ୍କୁ ଲାଗିଛି ବଡ ଝଟକା | ଅପରିବର୍ତ୍ତିତ ରହିଲା 4 ପ୍ରତିଶତ ରେପୋ ରେଟ | ଭାରତୀୟ ରିଜର୍ଭ ବ୍ୟାଙ୍କର ଜାରି ରହିଥିଲା ସମୀକ୍ଷା | ସେହିଭଳି ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରିଭର୍ସ ରେପୋରେଟ୍ । କୋଭିଡ କାରଣରୁ ଆକୋମୋଡେଟିଭ୍ ଷ୍ଟାନ୍ସ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରେସମିଟରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ରିଜର୍ଭ ବ୍ୟାଙ୍କର ଏମପିସିର ଏହା ହେଉଛି କ୍ରମାଗତ ଦଶମ ବୈଠକ, ଯେଉଁଥିରେ ନୀତି ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ । ବର୍ତ୍ତମାନର ପରିସ୍ଥିତିରେ, ବଜାର ବିଶେଷଜ୍ଞମାନେ ଆଶା କରିଥିଲେ ଯେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତଥର ଭଳି ନୀତି ହାରରେ ପରିବର୍ତ୍ତନ କରିବେ ନାହିଁ ।



Visitors Today : 1
Total Visitors : 129310
Total Views : 9890516
Visitors Online Now : 0