spot_img

ବଦଳିଲା ଟ୍ରେନର ୱେଟରଙ୍କ ପୋଷାକ

ଆଇଆରସିଟିସି ରାମାୟଣ ଏକ୍ସପ୍ରେସ ଟ୍ରେନର ୱେଟରଙ୍କ ପୋଷାକ ବଦଳି ଯାଇଛି। ୱେଟରଙ୍କ ପୋଷାକକୁ ନେଇ ଉଜୈନର ସାଧୁମାନେ ଆପତ୍ତି ଉଠାଇଥିଲେ। ଏହାପରେ ରାମାୟଣ ଏକ୍ସପ୍ରେସ ଟ୍ରେନର ୱେଟରଙ୍କ ପୋଷାକକୁ ପରିବର୍ତ୍ତନ କରାଯାଇଥିଲା ବୋଲି ଗତ ସୋମବାର ସନ୍ଧ୍ୟାରେ ଆଇଆରସିଟିସି ଟୁଇଟରରେ ଏହାର ସୂଚନା ଦେଇଛି। ଅଯୋଧ୍ୟା-ରାମେଶ୍ବର ଟ୍ରେନରେ କମଳା ରଙ୍ଗର ପୋଷାକ ପିନ୍ଧି ୱେଟର ବାସନ ଉଠାଉଥିବା ଭିଡିଓ ଭାଇରାଲ ହେବା ପରେ ଉଜୈନର ସନ୍ଥ ସାମଜ ଏହାକୁ ସାଧୁ ସନ୍ଥଙ୍କ ଅପମାନ ବୋଲି କହିଥିଲେ। ଏହାକୁ ନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏଥିସହିତ ଡିସେମ୍ବର ୧୨ରେ ଦିଲ୍ଲୀରେ ଏହି ଟ୍ରେନ୍ ଅଟକାଇବେ ବୋଲି ଧମକ ଦେଇଥିଲେ । ଏହାପରେ ଆଇଆରସିଟିସି ଟୁଇଟ୍ କରି ଜଣାଇଛନ୍ତି ଯେ ରାମାୟଣ ଏକ୍ସପ୍ରେସ ଟ୍ରେନର ୱେଟରଙ୍କ ପୋଷାକକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular