spot_img

୧ ଟଙ୍କାରେ ସରକାରୀ ଘର ଯୋଗାଇବେ ୟୁପି ସରକାର

ଆଗକୁ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଉତ୍ତର ପ୍ରଦେଶ । ଦେଶର ରାଜନୀତିରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ୟୁପିରେ ଏବେ ବିଜେପିର ସରକାର ରହିଛି ଓ ସେଠାରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ରହିଛନ୍ତି । ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ରହିଥାନ୍ତି ଯୋଗୀ ସରକାର । ଏହି କ୍ରମରେ ପୁଣି ରାଜ୍ୟରେ ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଓକିଲମାନଙ୍କୁ ୧ ଟଙ୍କାରେ ସରକାରୀ ଘର ଯୋଗାଇଦେବା ନେଇ ଯୋଗୀ ସରକାର ବିଚାର କରୁଥିବା ସୂଚନା ମିଳିଛି | ଯୋଗୀ ସରକାର ରାଜ୍ୟର ଓକିଲ ଓ ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୧ ଟଙ୍କାରେ ସରକାରୀ ଘର ଯୋଗାଇ ଦେବେ । ହେଲେ ଘର ପାଇଥିବା କର୍ମଚାରୀମାନେ ଏହି ଘରକୁ ୧୦ ବର୍ଷ ମଧ୍ୟରେ ବିକ୍ରି କରିପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular