spot_img

ହରିୟାଣାରେ ଟ୍ରକ ଧକ୍କାରେ ୩ ଆନ୍ଦୋଳନକାରୀ ବୃଦ୍ଧ ମହିଳାଙ୍କ ମୃତ୍ୟୁ

ହରିୟାଣା ବାହାଦୂରଗଡ଼ରୁ ଆସିଛି ଏକ ବଡ଼ ଖବର। ଆଜି ସକାଳୁ ଏକ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ କୃଷକ ଆନ୍ଦୋଳନକାରୀଙ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ ୩ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ସକାଳ ସାଢ଼େ ୬ଟାରେ ଝଜର ରୋଡ଼ରେ ହୋଇଛି। ଖବର ଅନୁସାରେ ବୃଦ୍ଧ ମହିଳା ଡ଼ିଭାଇଡ଼ର ଉପରେ ବସିଥିଲେ। କିନ୍ତୁ ହଠାତ୍ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କ ଉପରେ ଚଢ଼ିଆସିଥିଲା। ଟ୍ରକ ଧକ୍କା ଦେବା ଦ୍ୱାରା ଘଟଣାସ୍ଥଳରେ ହିଁ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଡ଼ାକ୍ତରଖାନାରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆଉ ୩ଜଣ ମହିଳାଙ୍କ ଅବସ୍ଥା ଗୁରୁତର ଅଛି। ମହିଳାମାନେ ଡିଭାଇଡ଼ର ଉପରେ ବସି ଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିବା ଜଣାପଡ଼ିଛି। ଏହି ସମୟରେ ରୋଡ଼ର ଫ୍ଲାଏ ଓଭର ତଳେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଏହି ମହିଳାମାନେ କୃଷକ ଆନ୍ଦୋଳନରେ ସାମିଲ ଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ଜଣ ମହିଳା ପଞ୍ଜାବର ମାନସା ଜିଲ୍ଲାର।

LEAVE A REPLY

Please enter your comment!
Please enter your name here

- Advertisment -

Most Popular