ବାବ୍ରି ମସ୍ଜିଦ୍ ଧ୍ବଂସ ବାର୍ଷିକୀ ହେତୁ ଆଜି ସମଗ୍ର ଉତ୍ତର ପ୍ରଦେଶରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି। ଆଇନ-ଶୃଙ୍ଖଳା ବିଭାଗର ‘ଏଡିଜି’ ପ୍ରଶାନ୍ତ କୁମାର କହିଛନ୍ତି, ସମଗ୍ର ରାଜ୍ୟରେ ୧୫୦ କମ୍ପାନି ‘ପିଏସି’ ଏବଂ ୬ କମ୍ପାନି ‘କେନ୍ଦ୍ରୀୟ ପାରା ମିଲିଟାରି ଫୋର୍ସ’ ମୁତୟନ କରାଯାଇଛି। ତିନି ମନ୍ଦିର ନଗରୀ ବାରାଣସୀ, ମଥୁରା ଏବଂ ଅଯୋଧ୍ୟାରେ ସ୍ବତନ୍ତ୍ର ନିରାପତ୍ତା ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଜିର ଦିନରେ ପ୍ରତିବାଦ ପ୍ରଦର୍ଶନ ପାଇଁ ଯୋଜନା କରୁଥିବା ୬ଟି ସଙ୍ଗଠନ ସହ ବୁଝାମଣା କରି ଶାନ୍ତି ପ୍ରସ୍ତାବ ଦେଇଛୁ। ଅତୀତରୁ ଅନୁଷ୍ଠିତ ହୋଇ ଆସୁଥିବା କାର୍ଯ୍ୟକ୍ରମକୁ ବାଦ୍ ଦେଇ କୌଣସି ନୂଆ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଅନୁମତି ନ ଦେବାକୁ ରାଜ୍ୟ ଗୃହ ବିଭାଗ ସମସ୍ତ ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ନିର୍ଦେଶ ଦେଇଛି। ନିୟମିତ ନିରାପତ୍ତା ଡ୍ରିଲ୍ କରିବା ଏବଂ ସମସ୍ତ ବସ୍ ଷ୍ଟପ୍, ରେଳ ଷ୍ଟେସନ୍ ଏବଂ ଜିଲ୍ଲା ସୀମାନ୍ତରେ ଯାଞ୍ଚ କରିବା ଲାଗି ପୁଲିସ କର୍ମଚାରୀମାନଙ୍କ ସହ କେତେଗୁଡ଼ିଏ ବୈଠକ ବସିଛି। ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ବରିଷ୍ଠ ପୁଲିସ ଅଧିକାରୀମାନେ ଡେରା ପକାଇବେ ବୋଲି ମଧ୍ୟ ସେ କହିଛନ୍ତି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0