spot_img

ନନ୍ଦନକାନନରେ ଆଜିଠାରୁ ପୁଣି ଚାଲିବ ଟୟ ଟ୍ରେନ୍

ଭୁବନେଶ୍ୱର:  ନନ୍ଦନକାନନରେ ଆଜିଠାରୁ ପୁଣି ଟୟ ଟ୍ରେନ୍ ଚାଲିବ ବୋଲି ଜଣାଯାଇଛି।  ଦିନକୁ ୬ ଥର ପ୍ରାଥମିକ ପର୍ଯ୍ୟାୟରେ ଟୟ ଟ୍ରେନ୍ ଚାଲିବାକୁ ନିଷ୍ପତ୍ତି ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ମଙ୍ଗଳବାର  ସକାଳ ୧୦ଟାରୁ ଟୟ ଟ୍ରେନ୍ ଚାଲିବା ଆରମ୍ଭ ହେବ। ଏହାପରେ ପ୍ରତି ଘଣ୍ଟାଏ ବ୍ୟବଧାନରେ ଅର୍ଥାତ୍ ଦିନ ୧୧ଟା, ୧୨ଟା, ୧ଟା, ୨ଟା, ୩ଟା ଓ ଅପରାହ୍ନ ୪ଟାରେ ଚାଲିବ।  ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଏଥିରେ ମାତ୍ର ୭୨ ଜଣଙ୍କୁ ଯିବା ଲାଗି ସୁଯୋଗ ମିଳିବ । ଟ୍ରେନ୍ ଚାଲିବାର ଅଧଘଣ୍ଟା ଆଗରୁ ଟିକେଟ୍ ମିଳିବ। ଏହାକୁ ନେଇ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ହୋଇଛି। ଉତ୍ସାହ ପରିଲକ୍ଷିତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular