କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବା ପାଇଁ ଉତ୍ତରପ୍ରଦେଶରେ ପହଂଚିଛନ୍ତି | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ | ଏହି ଗସ୍ତରେ ଯାଇ ସେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି | ଅମିତ ଶାହା କହିଛନ୍ତି ଯେ 2017 ମସିହା ନିର୍ବାଚନ ପୂର୍ବରୁ ମୁ ଉତ୍ତରପ୍ରଦେଶ ଆସିଥିଲି | ସେତେବେଳେ ଆମେ ତାଙ୍କୁ ପ୍ରତିଶୃତି ଦେଇଥିଲୁ ରାଜ୍ୟ ନ ଛାଡିବା ପାଇଁ | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ଷମତାକୁ ଆସିବା ପରେ ରାଜ୍ୟରୁ ଅପରାଧ କମିଛି | ଅଖିଲେଶ ଯାଦବ ନିଜ ଭାଷଣରେ କହିଥିଲେ ୟୁପିରେ ବଢିଛି ଅପରାଧ | ମାତିଛନ୍ତି ଗୁଣ୍ଡ ଆଉ ମାଫିଆ | ଏହି ଭାଷଣ ଶୁଣି ଅମିତ ଶାହା କହିଛନ୍ତି ଯେ କେଉଁ ଚଷମା ପିନ୍ଧି ଅଖିଳେଶ ଯାଦବ ଦୁନିୟା ଦେଖୁଛନ୍ତି | ଏଭଳି ମନ୍ତବ୍ୟ ଦେଇ ସେ ଅଖିଲେଶ ଯାଦବଙ୍କ ଟାର୍ଗେଟ କରିଛନ୍ତି |



Visitors Today : 1
Total Visitors : 129939
Total Views : 9891293
Visitors Online Now : 0