spot_img

ଝିଅ ଆସିବା ପରେ ପୁନିତ ରାଜକୁମାରଙ୍କ ହେବ ଅନ୍ତେଷ୍ଟି କ୍ରିୟା

ବଲିଉଡରୁ ନେଇ ସାଉଥ ଇଣ୍ଡଷ୍ଟ୍ରି ସବୁଆଡେ ଏବେ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ନେଇ ଚର୍ଚ୍ଚା ଚାଲିଛି | କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପୁନିତ ରାଜକୁମାର ଗତକାଲି ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି | ତାଙ୍କୁ ବେଙ୍ଗାଳୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ମୃତ୍ୟୁବେଳକୁ ତାଙ୍କୁ 46 ବର୍ଷ ବୟସ ହୋଇଥିଲା | ତାଙ୍କୁ ଶେଷ ଥର ଦେଖିବାକୁ ତାଙ୍କ ନିଜ ରେସିଡିଏନ୍ସରେ ଫ୍ୟାନ୍ସ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା | ବର୍ତ୍ତମାନ ତାଙ୍କୁ ଷ୍ଟାଡିୟମରେ ରଖାଯାଇଛି | ତେବେ ତାଙ୍କ ଶେଷକୃତ୍ୟ ରାଜକୀୟ ପରମ୍ପରା ଅନୁସାରେ ହେବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି | ଏଥିପାଇଁ ବାଙ୍ଗାଲୋରରେ 144 ଜାରି କରାଯାଇଛି | ତା ସହିତ ଆସନ୍ତା ଦୁଇ ଦିନ ମଦ ବିକ୍ରି ଉପରେ ରୋକ ଲଗାଯାଇଛି | ତେବେ ଆସନ୍ତାକାଲି ତାଙ୍କ ଝିଅ ବିଦେଶରୁ ଫେରିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ | ନିଜ ନେତ୍ର ସେ ଦାନ କରିଥିବା ସୂଚନା ରହିଛି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular