ଶୀତରେ ଥରୁଛି ଓଡିଶା। କନ୍ଧମାଳରେ ସବୁଠୁ ଅଧିକ ଶୀତ ଅନୁଭୂତ ହେଉଛି । ଦେଖା ଯାଇଛି ଦାରିଙ୍ଗବାଡି ରେ ଶୀତ ର ପ୍ରଭାବ। ପାରଦ ୭.୫ ଡିଗ୍ରି ସେଲସିୟସ୍କୁ ଖସିଛି । ଜାଡ଼ରେ କମ୍ପୁଛି ଦାରିଙ୍ଗବାଡ଼ି । ତେବେ ଓଡ଼ିଶାରେ ସବୁଠାରୁ ଅଧିକ ତାପମାତ୍ରା ରାୟଗଡ଼ାରେ ରହିଛି। ଏଠାରେ ତାପମାତ୍ରା ୧୯.୨ ଥିବା ଜଣାପଡ଼ିଛି । ଏଠିକାର ଶୀତ ନିଆରା ଥିବାରୁ ଓଡ଼ିଶାର କୋଣଅନୁକୋଣରୁ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି । ଅତ୍ୟଧିକ ଥଣ୍ଡା ସହିତ ଏଠିକାର ପରିବେଶ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି। ପର୍ଯ୍ୟଟକଙ୍କ ଆଗମନକୁ ଦେଖି ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନେକ ସ୍ଥାନରେ ସୁବିଧା କରାଯାଇଛି । ଏହି ସ୍ଥାନ ସମୁଦ୍ର ପତନଠାରୁ ୯୧୫ ମିଟର ଉଚ୍ଚରେ ରହିଛି। ଏଠାରେ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ପରିବେଶବିତମାନେ କହୁଛନ୍ତି । ଥଣ୍ଡାର ମଜା ନେବା ପାଇଁ ବ୍ରିଟିଶମାନେ ଏହି ସ୍ଥାନକୁ କେବଳ ଏହି ସ୍ଥାନକୁ ଆସୁଥିଲେ। ସେତେବେଳର ବ୍ରିଟିଶ ପ୍ରଶାସକ ଡେରିଙ୍ଗ ସାହେବ ଆସିଥିବାରୁ ତାଙ୍କର ନାମାନୁସାରେ ଏହି ସ୍ଥାନର ନାମ ଦାରିଙ୍ଗବାଡି ରଖାଯାଇଥିବା ଇତିହାସ କୁହେ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0