ପବ୍ଜି ନିଶାରେ ୧୪ ବର୍ଷୀୟ ବାଳକ ଘଟାଇଲା ଏକ ଜଘନ୍ୟ କାଣ୍ଡ
ଲାହୋର: ଅନଲାଇନ ଗେମ୍ ପବଜି ନିଶା ରେ ଏବେ ଅନେକ ଯୁବପିଢି ନିଜର ସମୟ ବିତାଉଛନ୍ତି । କେବଳ ଯୁବପିଢି ନୁହ୍ନେ ବରଂ ଛୋଟ ପିଲାମାନେ ମଧ୍ୟ ଏହିଖେଳ ରେ ସମୟ ବିିତାଉଛନ୍ତି । ଏହି ପବ୍ଜି ଗେମ୍ ନିଶାରେ ଜଣେ ୧୪ ବର୍ଷୀୟ ବାଳକ ତା’ର ପରିବାରର ୪ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରିଛି। ଗୁଳିମାଡ଼ରେ ନାବାଳକର ବଡ଼ ଭାଇ, ଦୁଇ ନାବାଳିକା ଭଉଣୀ ଓ ମା’ ପ୍ରାଣ ହରାଇଛନ୍ତି।
ସୂଚନା ଅନୁଯାୟୀ, ଗତ ସପ୍ତାହରେ ସ୍ୱାସ୍ଥ୍ୟକର୍ମୀ ଭାବେ କାମ କରୁଥିବା ନହିଦ ମୁବାରକ, ତାଙ୍କ ୨୨ ବର୍ଷୀୟ ବଡ଼ ପୁଅ ତୈମୁର, ୧୧ ଓ ୧୭ ବର୍ଷୀୟ ଦୁଇ ଝିଅଙ୍କ ମୃତଦେହ ଲାହୋରର କହ୍ନା ଅଞ୍ଚଳରୁ ମିଳିଥିଲା। ମୃତଦେହ ଗୁଡ଼ିକ ଘର ମଧ୍ୟରେ ପଡ଼ି ରହିଥିବା ବେଳେ ନହିଦଙ୍କ ସାନ ପୁଅ(୧୪) ଅକ୍ଷତ ଭାବେ ଘର ମଧ୍ୟରେ ରହିଥିଲେ। ପୁଲିସ୍ କହିଛି ଯେ “ଘଟଣା ପରେ ୧୪ ବର୍ଷୀୟ ବାଳକକୁ ଜେରା କରାଯାଇଥିଲା। ଏହି ସମୟରେ ସେ ତା’ର ଦୋଷ ସ୍ୱୀକାର କରିଛି। ପବ୍ଜି ଗେମ ନିଶାରେ ସେ ବୁଡ଼ି ରହି ସମସ୍ତଙ୍କୁ ଗୁଳି କରି ହତ୍ୟା କରିଛି। ପ୍ରତିଦିନ ସେ ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଏହି ଗେମ୍ ଖେଳିଥାଏ। ଏଥିପାଇଁ ସେ ମାନସିକ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଛି।
ଘଟଣା ଦିନ ନହିଦ ପୁଅକୁ ଗେମ୍ ନ ଖେଳିବାକୁ ତାଗିଦ କରିଥିଲେ। ଏଥିସହ ଗାଳି ଗୁଲଜ ମଧ୍ୟ କରିଥିଲେ। କିଛି ସମୟ ପାଇଁ ସେ ଚୁପ ବସିଥିଲା। ହେଲେ ସମସ୍ତେ ଶୋଇ ଯିବା ପରେ ସେ ଡ୍ରରେ ଥିବା ନହିଦଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଆଣି ସମସ୍ତଙ୍କୁ ଗୁଳି କରି ଦେଇଥିଲେ।ଶୋଇଥିବା ଅବସ୍ଥାରେ ହିଁ ସମସ୍ତେ ପ୍ରାଣ ହରାଇଥିଲେ। ପରଦିନ ସକାଳେ ପିଲାଟି ଘଟଣା ସମ୍ପର୍କରେ ପଡ଼ୋଶୀଙ୍କୁ ଜଣାଇଥିଲା। ହେଲେ ସେ ସମସ୍ତଙ୍କୁ ମାରିଛି ବୋଲି କହି ନଥିଲା। ପୁଲିସ୍ ଆସିବା ପରେ ସେ ବିଭ୍ରାନ୍ତ କରିବାକୁ ବି ଚେଷ୍ଟା କରିଥିଲେ। ଘଟଣା ବେଳେ ସେ ଉପର ମହଲାରେ ଥିଲା ଓ ହତ୍ୟାକାଣ୍ଡ ସମ୍ପର୍କରେ କିଛି ଜାଣି ନଥିବା କହିଥିଲା। ହେଲେ ପୁଲିସ୍ ଜେରା ପରେ ସେ ସବୁ କଥା ସ୍ୱୀକାର କରିଥିଲା।” ପିଲାଟି ହତ୍ୟାକାଣ୍ଡ ଭିଆଇବା ପରେ ସ୍ଥାନୀୟ ଡ୍ରେନକୁ ବନ୍ଧୁକ ଫୋପାଡ଼ି ଦେଇଥିଲା। ପୁଲିସ୍ ଏଯାଏ ଉକ୍ତ ବନ୍ଧୁକଙ୍କୁ ଠାବ କରିପାରି ନାହିଁ। ହେଲେ ତା’ର ରକ୍ତଭିଜା କପଡ଼ାକୁ ପୁଲିସ୍ ଜବତ କରିବାକୁ ସକ୍ଷମ ହୋଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0