ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀ ଚିତ୍ତରଞ୍ଜନ ପଲେଇଙ୍କୁ ହତ୍ୟା ଘଟଣାରେ ଆଜି ପୁରୀ ଏସପିଙ୍କୁ ଭେଟିଛନ୍ତି ଚିତ୍ତରଞ୍ଜନଙ୍କ ପରିବାର। ସେମାନଙ୍କ ସହ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ କୁମାର ଦାସବର୍ମା ବି ଯାଇଥିଲେ। ଚିତ୍ତରଞ୍ଜନଙ୍କ ବାପା, ବଡ଼ବାପା, ଭାଇ ଓ ଭଉଣୀ ଘଟଣାର ବିଧିବଦ୍ଧ ତଦନ୍ତ କରି ହତ୍ୟାକାଣ୍ଡର ସମ୍ପୃକ୍ତି ଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଏସପିଙ୍କୁ ନିବେଦନ କରିଛନ୍ତି। ଟଙ୍କା ପାଇଁ ଚିତ୍ତରଞ୍ଜନଙ୍କୁ ହତ୍ୟାକରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟଣାର ୨ଦିନ ପରେ ବି ଜଗାକୁ ଏଯାଏଁ ଗିରଫ କରାଯାଇନାହିଁ। ତେଣୁ ଦୋଷୀକୁ କଠୋର ଦଣ୍ଡବିଧାନ କରିବାକୁ ଏସପିଙ୍କୁ ନିବେଦନ କରିଛନ୍ତି ମୃତ ଚିତ୍ତରଞ୍ଜନଙ୍କ ପରିବାର । ସେପଟେ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା ବି ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଏସପିଙ୍କ ସହ ଆଲୋଚନା କରିଛନ୍ତି। ଘଟଣାକୁ ଗୁରୁତର ସହ ବିଚାର କରି ତଦନ୍ତ କରିବାକୁ ସେ ଏସପିଙ୍କୁ ଅନୁରୋଧ କରିଛନ୍ତି।ସୂଚନାଯୋଗ୍ୟ, ଚିତ୍ତରଞ୍ଜନ ପଲେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ। ପୁରୀ ସଦର ଥାନା ଅନ୍ତର୍ଗତ ଭାର୍ଗବୀ-ନୂଆନଈ ଠାରେ ଗତକାଲି ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଗତକାଲି ସକାଳେ ଭାର୍ଗବୀ-ନୂଆନଈରେ ଏକ ଶବ ଭାସୁଥିବାର ଲୋକେ ଦେଖିବାକୁ ପାଇଥିଲେ। ସେମାନେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରୁ ପୁଲିସ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ଉଦ୍ଧାର କରିଥିଲା। ଚିତ୍ତରଞ୍ଜନ ପଲେଇ ଗତ ୪ ମାସ ତଳେ ବିବାହ କରିଥିଲେ। ୨ ଦିନ ହେବ ସେ ନିଖୋଜ ଥିଲେ। ଚିତ୍ତରଞ୍ଜନଙ୍କୁ ତାଙ୍କ ସାଙ୍ଗମାନେ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗ କରି



Visitors Today : 3
Total Visitors : 130169
Total Views : 9891615
Visitors Online Now : 0