spot_img

କାଲିଠୁ ଖୋଲିବ ସ୍କୁଲ

କରୋନା ସଂକ୍ରମଣର ହ୍ରାସକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା କାଲି ଅର୍ଥାତ ଫେବ୍ରୁଆରୀ ପହିଲାରୁ ରାଜସ୍ଥାନ, ହରିୟାଣା ଓ ତ୍ତଉତ୍ତରାଖଣ୍ଡରେ ସ୍କୁଲ ଖୋଲିବାକୁ କେନ୍ଦ୍ରର ଅନୁମତି ପରେ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ସେହିପରି ପଶ୍ଚିମବଙ୍ଗ, ଦିଲ୍ଲୀ, ଓ ବିହାର ସମେତ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ନିକଟ ଭବିଷ୍ୟତରେ ଅଫଲାଇନ୍ ପାଠପଢା ଆରମ୍ଭ ହେବାର ସମ୍ଭାବନା ରହିଛି ।ହରିୟାଣା ସରକାର ଦଶମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ରାଜସ୍ଥାନ ସରକାର ମଧ୍ୟ ପହିଲା ଫେବ୍ରୁଆରୀରୁ ଦଶମରୁ ଦ୍ୱାଦଶ ଶ୍ରେଣୀଙ୍କ ଅଫଲାଇନ୍ କ୍ଲାସ ଆରମ୍ଭ କରୁଥିବାବେଳେ ୧୦ ତାରିଖରୁ ଷଷ୍ଠରୁ ନବମ ପିଲାଙ୍କ ପାଇଁ ଅଫଲାଇନ୍ ପାଠପଢା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାବାଦ ମଧ୍ୟ ଆବଶ୍ୟକ ସ୍ଥଳେ ଅନଲାଇନ୍ ପାଠପଢାକୁ ଜାରି ରଖିବାକୁ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର ।
ମହାରାଷ୍ଟ୍ରରେ ଫେବ୍ରୁଆରୀ ୧ ତାରିଖରୁ ପୁଣେର ସମସ୍ତ ସ୍କୁଲ ଓ କଲେଜ ଖୋଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କର ଅପରାହ୍ନ ୧ଟା ପର୍ୟ୍ୟନ୍ତ ପାଠପଢା ହେବ କିନ୍ତୁ ନବମରୁ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ପୂର୍ବପରି ହେବ । କିନ୍ତୁ ମଧ୍ୟପ୍ରଦେଶରେ କେବେ ସ୍କୁଲ ଖୋଲିବ ସେନେଇ କୌଣସି ସୂଚନା ଦେଇ ନାହାଁନ୍ତି ରାଜ୍ୟ ସରକାର ।
ଅନ୍ୟପଟେ କର୍ଣ୍ଣାଟକ ସରକାର ଜାନୁଆରୀ ୩୧ରୁ ବେଙ୍ଗାଲୁରୁ ର ସମସ୍ତ ଶ୍ରେଣୀକୁ ଖୋଲିବାକୁ ଘୋଷଣା କରିଛନ୍ତି । ରାଜ୍ୟରେ କେବେ ସ୍କୁଲ ଖୋଲିବ ସେନେଇ ସରକାର କିଛି ସୂଚନା ଦେଇନାହାଁନ୍ତି । ଅନ୍ୟପଟେ ଉତ୍ତରାଖଣ୍ଡରେ ଆଜିଠାରୁ ଦଶମ , ଏକାଦଶ, ଓ ଦ୍ୱାଦଶ ଶ୍ରେଣୀର ଅଫଲାଇନ କ୍ଲାସ ଆରମ୍ଭ ହେଉଛି । କିନ୍ତୁ ଅଙ୍ଗନବାଡି କେନ୍ଦ୍ର ସହ ନବମ ଶ୍ରେଣୀ ଯାଏଁ ଅନଲାଇନ ପାଠପଢା ଜାରି ରହିବ । ସେହିପରି ତାମିଲନାଡୁରେ ଫେବ୍ରୁଆରୀ ୧ ତାରିଖରୁ ସମସ୍ତ ସ୍କୁଲ , କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । କିନ୍ତୁ ପ୍ଲେ ସ୍କୁଲ ଓ ମଣ୍ଟେସରୀ ସ୍କୁଲ ଗୁଡିକ ବନ୍ଦ ରହିବ । ରାଜଧାନୀ ଦିଲ୍ଲୀରେ ମଧ୍ୟ ଏବେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିବ । କିନ୍ତୁ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବ କି ନାହିଁ ଏନେଇ ଆସନ୍ତା ସପ୍ତାହରେ ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular