ବର୍ତ୍ତମାନର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କ।ର୍ଯ୍ୟକ।ଳ ଜୁଲାଇ ୨୫ ତାରିଖରେ ସରୁଛି । ତେଣୁ ସେହି ଜୁଲାଇମାସରେ ପରବର୍ତ୍ତି ରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ଏବେଠାରୁ ବିଜେପି ଓ ଆରଏସଏସ ମଧ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଦେଶରେ ୫ ରାଜ୍ୟର ହେବାକୁ ଥିବା ନିର୍ବାଚନ ସରିବା ପରେ ଏହି ପରବର୍ତ୍ତି ରାଷ୍ଟ୍ରପତି ଚୟନ ନେଇ ମନ୍ଥନ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି ।
ଏହାରି ମଧ୍ୟରେ ପରବର୍ତ୍ତି ରାଷ୍ଟ୍ରପତି ପଦ ପାଇଁ ବିଜେପି ଓ ଆରଏସଏସ ମଧ୍ୟରେ ୪ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ୪ ଜଣଙ୍କ ମଧ୍ୟରେ ରହିଛନ୍ତି ୟୁପିର ରାଜ୍ୟପାଳ ଆନନ୍ଦୀବେନ ପଟେଲ, କେରଳର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, କର୍ଣ୍ଣାଟକର ରାଜ୍ୟପାଳ ଥାବରଚନ୍ଦ ଗେହଲଟ ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ନାମ । ଏମାନଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ କାହାକୁ ବି ପ୍ରାର୍ଥୀ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।



Visitors Today : 1
Total Visitors : 129310
Total Views : 9890516
Visitors Online Now : 0