ନୂଆଦିଲ୍ଲୀ : ଭାରତ ଫେରିଲେ ଅରୁଣାଚଳର ନିଖୋଜ ଯୁବକ । କେନ୍ଦ୍ର ଆଇନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ଅରୁଣାଚଳରୁ ନିଖୋଜ ଯୁବକ ମିରୋମ ତରୋନାଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛି ଚୀନର ପିଏଲଏ । ଆବଶ୍ୟକୀୟ ସମସ୍ତ ପ୍ରକ୍ରିୟା ସହ ଯୁବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି’ ଭାରତ ସରକାରଙ୍କ ପକ୍ଷରୁ ଅପହରଣ ନେଇ କୌଣସି ସରକାରୀ ବୟାନ ଦିଆନଥିଲା । ଖବର ମୁତାବକ, ଅରୁଣାଳୟ ପ୍ରଦେଶର ସିଙ୍ଗୁଗଲାର ଲୁଙ୍ଗଟା ଜୋର ଅଞ୍ଚଳର ୧୭ ବର୍ଷର ମିରାମ ତାରୋନ ଗତ ୧୮ ତାରିଖରୁ କଥିତ ରୁପେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ଅରୁଣାଚଳ ପ୍ରଦେଶର ସାଂସଦ ତାପିର ଗାଓ ଜାନୁଆରୀ ୧୯ରେ ଅଭିଯୋଗ କରିଥିଲେ, ରାଜ୍ୟର ସିଆଙ୍ଗ ଜିଲ୍ଲାରୁ ଜଣେ ୧୭ ବର୍ଷର କିଶୋରକୁ ଚୀନ ସେନା ଅପରହଣ କରି ନେଇଛି । ମିରାମଙ୍କ ଜଣେ ବନ୍ଧୁ ଏନେଇ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇଥିବା ସେ କହିଥିଲେ । ଏହାସହ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ଜାନୁଆରୀ ୨୦ରେ ଭାରତୀୟ ସେନା ଚୀନ ସେନା ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲା । ଶିକାର ଏବଂ ଔଷଧୀୟ ଗଛର ଅନୁସନ୍ଧାନରେ ଯାଇଥିବା ଜଣେ ଯୁବକ ରାସ୍ତା ଭୁଲି ନିଖୋଜ ହୋଇଥିବା ଚୀନ ସେନାକୁ ଜଣାଇଥିଲା ଭାରତୀୟ ସେନା । ଏହାସହ ନିଖୋଜ ଯୁବକକୁ ଖୋଜିବା ସହ ପ୍ରୋଟୋକଲ ଅନୁଯାୟୀ ଫେରାଇବାକୁ ଦାବି ଜଣାଇଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0