spot_img

୨୫ ଲକ୍ଷରୁ ଅଧିକ ପିଲାଙ୍କୁ କୋଭିଡ ଟିକା ଦିଆଯିବ : ବିଜୟ ପାଣିଗ୍ରାହୀ

ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ୧୫ ବର୍ଷରୁ ୧୮ବର୍ଷ ବୟସ୍କ ୨୫ ଲକ୍ଷରୁ ଅଧିକ ପିଲାଙ୍କୁ କୋଭିଡ ଟିକା ଦିଆଯିବ ବୋଲି। ପରିବାର କଲ୍ୟାଣ ନିର୍ଦେଶକ କହିଛନ୍ତି, ରାଜ୍ୟରେ ୧୫ ବର୍ଷରୁ ୧୮ବର୍ଷ ବୟସ୍କ ୨୫ ଲକ୍ଷ ୫୩ ହଜାର ପିଲା ଅଛନ୍ତି। ଏହାଛଡ଼ା ୬୦ ବର୍ଷ ବୟସରୁ ଅଧିକ ୫୨ ଲକ୍ଷ ୩୭ ହଜାର ଲୋକ ଅଛନ୍ତି। ସେମାନଙ୍କ ଭିତରୁ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତି ନିଜ ଡାକ୍ତରଙ୍କ ସହ ପରାମର୍ଶ କରି ଟିକା ନେବେ। ରାଜ୍ୟରେ ୭ ଲକ୍ଷ ୫ ହଜାର ସ୍ୱାସ୍ଥ୍ୟକର୍ମୀ ଦୁଇଟି ଡୋଜ ନେଇଛନ୍ତି। ସେମାନଙ୍କୁ ଜାନୁଆରି ୧୦ ତାରିଖରୁ ବୁଷ୍ଟର ଡୋଜ ଦିଆଯିବ। ଟିକାକରଣ ପାଇଁ ରାଜ୍ୟରେ ୨୬୦୦ ସହ ଷ୍ଟେସନ କାର୍ଯ୍ୟକାରୀ ଅଛି। ସ୍କୁଲ ଓ କଲେଜରେ ଆବଶ୍ୟକ ପଡ଼ିଲେ ଟିକା ଦେବାକୁ ବ୍ୟବସ୍ଥା କରାଯିବ। ସ୍କୁଲ କଲେଜରେ ଶିକ୍ଷକ ଉପସ୍ଥିତ ରହିବେ ତେଣୁ ଆବଶ୍ୟକ ପଡ଼ିଲେ ଅଭିଭାବକ ମାନଙ୍କୁ ପିଲାଙ୍କ ସହିତ ଆସିବାକୁ ପଡ଼ିବ। ଅନୁମତି ପାଇଥିବା ଦୁଇଟି ଟିକା ମଧ୍ୟରୁ ପିଲାମାନଙ୍କୁ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନି। ମାର୍ଗଦର୍ଶିକା ଆସିବା ପରେ ସ୍ପଷ୍ଟ ହେବ। ନିୟମ ଅନୁସାରେ ଯିଏ ଯେଉଁ ଟିକା ନେଇଛନ୍ତି ପ୍ରିକେସନ ଡୋଜ (ବୁଷ୍ଟର) ହିସାବରେ ସେହି ଟିକା ନେବା କଥା। ବର୍ତ୍ତମାନ ୨୬୦୦ସେସନ ସାଇଟରେ ଟିକାକରଣ ଚାଲିଛି। ପ୍ରତି ବ୍ଲକରେ ୮ ଟି ମୋବାଇଲ ଭ୍ୟାନ ବୁଲି ଟିକାକରଣ କରୁଛନ୍ତି। ପ୍ରଥମ ଡୋଜ ନେବାକୁ ୨୯ ଲକ୍ଷ ଲୋକ ବାକି ଅଛନ୍ତି ଓ ଦ୍ୱିତୀୟ ଡୋଜ ନେବାକୁ ୩୦ ଲକ୍ଷ ଲୋକ ବାକି ଅଛନ୍ତି। ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଓଡ଼ିଶାରେ ଏପର୍ଯ୍ୟନ୍ତ ମାତ୍ର ୧୮ଟି ବିଦେଶ ଫେରନ୍ତା ନମୁନାର ଜିନୋମ ସିକ୍ୱେନସିଂ ହୋଇଛି ଓ ୮ଟି ଓମିକ୍ରନ ପଜିଟିଭ ଆସିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular