spot_img

୧.୭୫ ଲକ୍ଷ କୋଟିର ହେବ ନିବେଶ

ନୂଆଦିଲ୍ଲୀ: ଚଳିତ ବଜେଟରେ ୧.୭୫ ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ ରଖାଯାଇଛି । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ତେବେ ଏହି ବିନିବେଶ ଲକ୍ଷ ପୂରଣ ପାଇଁ ସରକାର ବିପିସିଏଲ, ଏୟାର ଇଣ୍ଡିଆ, କୋନକୋର, ଏସସିଆଇ ଆଦିରୁ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ଏଲଆଇସିର ଆଇପିଓ ଅଣାଯିବାର ଯୋଜନା ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଏହା ସହ ସେୟାର ବଜାରରେ ସ୍ୱାଭାବିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେତେକ ସେଣ୍ଟ୍ରାଲ ପବ୍ଳିକ ସେକ୍ଟର ଏଣ୍ଟରପ୍ରାଇଜର ଅଂଶଧନକୁ ଅଫର ଫରୀ ସେଲ ମାଧ୍ୟମରେ ବିକ୍ରି କରି ପାରନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ପୂର୍ବବର୍ଷ ତୁଳନାରେ ଏହା ୩୫ ହଜାର କୋଟି ଟଙ୍କା କମ ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular