ରାୟଗଡ଼ା : ଜୟପୁର ସୁଗାର କଂପାନି ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରିଛି ରାୟଗଡ଼ା ଥାନା ପୁଲିସ । ଟ୍ରକ୍ ଭିତରେ ୧ହଜାର ୧୧୪ କେଜି ଗଞ୍ଜେଇ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣା ପଡିଛି। ଜେସକୋ ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରକ ପାର୍କିଂ ହୋଇଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ପୁଲିସ୍ ଟିମ୍ ଟ୍ରକ ନିକଟରେ ପହଞ୍ଚି ଛାନଭିନ୍ କରିବା ପରେ ଟ୍ରକ୍ ଭିତରେ ୪୫ଟି ଜରି ବ୍ୟାଗରେ ଗଞ୍ଜେଇ ପ୍ୟାକିଂ ହୋଇଥିବା ଜଣା ପଡିଥିଲା। ଟ୍ରକ୍ ଡ୍ରାଇଭର୍ ଅନୀଲ ଯାଦବ ଫେରାର୍ ହୋଇଯାଇଥିବା ବେଳେ ପୁଲିସର ଖୋଳତାଡ଼ ଜାରି ରହିଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0