ପାରାଦୀପ: ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ ହେଇଛି। ଏଭଳି ଏକ ବଡ଼ ଧରଣର ଜିଏସଟି ଠକେଇକୁ ନେଇ ଚର୍ଚ୍ଚା ପାରାଦୀପରେ ଜୋର ଧରିଛି। ଦିନ ମଜୁରିଆଙ୍କ ଫଟୋ ଓ ଆଇଡି ବ୍ୟବହାର କରାଯାଇ ଏଭଳି କେହି ଠକେଇ କରିଥିବା ସୂଚନା ମିଳିଛି। ପିତାମ୍ବରପୁର ଗାଁର ବିଜ୍ଞାନ ସ୍ୱାଇଁ ଦିନ ମଜୁରିଆ ଭାବେ କାମ କରନ୍ତି। ହେଲେ ତାଙ୍କ ନାମରେ ପ୍ରାୟ ଦେଢ଼ କୋଟି ଟଙ୍କାର କେହି ଜିଏସଟି ଠକେଇ କରିଥିବା ଜଣାପଡ଼ିଛି।ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ପ୍ରଥମେ ନୋଟିସ କରିବା ସହ ତାଙ୍କ ଘରେ ପହଞ୍ଚି ଛାନଭିନ୍ କରିବା ପରେ ଘଟଣା ପଦାକୁ ଆସିଛି। ବିଜ୍ଞାନଙ୍କ ନାଁରେ ଗତ ଅଗଷ୍ଟ ମାସରୁ ଏଯାଏଁ ବ୍ୟବସାୟିକ କାରବାର ହୋଇଛି। ମେସର୍ସ ଉର୍ଜା ଷ୍ଟିଲ ନାମରେ କମ୍ପାନୀ ଖୋଲାଯାଇ ବ୍ୟବସାୟ କରାଯାଇଛି। କମ୍ପାନୀ ମାଲିକଙ୍କ ଠିକଣା ପାରାଦୀପରେ ରହିଥିବା ବେଳେ ବ୍ୟବସାୟିକ କାରବାର ଭୁବନେଶ୍ୱରରେ ହୋଇଛି। ଏଭଳି ଠକେଇରେ ୨ ଜଣ ଶିକାର ହୋଇଛନ୍ତି। ଏବେ ଦିନ ମଜୁରିଆ ବିଜ୍ଞାନ ଏ ସବୁ ଘଟଣାରେ ଛନ୍ଦି ହୋଇ ମୁଣ୍ଡରେ ହାତ ଦେଇଥିବା ବେଳେ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବାକୁ ଏନଫୋର୍ସମେଣ୍ଟ ଅଧିକାରୀ ଉଦ୍ୟମ ଚଳାଇଛନ୍ତି।



Visitors Today : 2
Total Visitors : 130307
Total Views : 9891810
Visitors Online Now : 0